( ବନ୍ଧୁ ଦେଲା ବନ୍ଧୁ ଙ୍କୁ ଧୋକା | ସି ଜି ଏମ କୋଟ ର ରାୟ ଜ଼ିଲ୍ଲା ଜଜ କୋଟ ରେ କାୟମ )
ଜଗତସିଂହପୁର
ତା =10/8/23
ଆଜିର ସ୍ୱାର୍ଥ ପର ଦୁନିଆରେ ମାନବିକତା ଦିନ କୁ ଦିନ ଲୋପ ପାଇବାକୁ ବସିଛି | ସ୍ୱାର୍ଥ ପାଇଁ ଭାଇ ଭାଇ ର ଶତ୍ରୁ | ବାପା ପୁଅ ମଧ୍ୟ୍ୟ ରେ ଅପ୍ରିତିକର ପରିସ୍ଥିତି |ବନ୍ଧୁ ବନ୍ଧୁ ମଧ୍ୟ୍ୟ ରେ ବିଶ୍ୱାସ ଘାତକତା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଯାହାକୁ ନେଇ ବନ୍ଧୁ ବନ୍ଧୁ ମଧ୍ୟ୍ୟ ରେ ଅର୍ଥ ପାଇଁ ସମ୍ପର୍କ କଳୁଷିତ ହେବାକୁ ବସିଛି |ଏଭଳି ଏକ ଅବିଶ୍ୱାସନୀୟ ଘଟଣା ଘଟିଛି ଜଗତସିଂହପୁର ଥାନା ଅନ୍ତର୍ଗତ ଅଳସୁଧା ପଞ୍ଚାୟତ ମାଇଉଦିନପୁର ସ୍ଥିତ ପାଟଣା ଗ୍ରାମରେ |ପାଟଣା ଗ୍ରାମର ରୋଶନ ଖାନ ଙ୍କ ପୁଅ ଜମିଲ ଖାନ ଙ୍କ ଅନ୍ତରଙ୍ଗ ବନ୍ଧୁ ଥିଲେ ଗୋପ ଗ୍ରାମର ଶଙ୍କର ସ୍ୱାଇଁ ଙ୍କ ପୁଅ ସୁରେଶ ସ୍ୱାଇଁ |ସୁରେଶ ବ୍ୟବସାୟ ବାଣିଜ୍ୟ କରିବା ନିମନ୍ତେ ବନ୍ଧୁ ଜମିଲ ଖାନ ଙ୍କ ଠାରୁ ବାର ଲକ୍ଷ୍ୟ ଧାର ସୂତ୍ର ରେ ନେଇଥିଲେ |ହେଲେ ଧାର ଟଙ୍କା ପରିଶୋଧ କରିନଥିଲେ | ତାର ପ୍ରତିବଦଳ ରେ ଜମିଲ ଙ୍କୁ ଏକ ଚେକ ପ୍ରଦାନ କରିଥିଲେ |ଜମିଲ ଚେକ ବ୍ୟାଙ୍କ ରେ ଲଗାଇଥିଲେ କିନ୍ତୁ ଚେକ ବାଉନ୍ସ ହୋଇଥିଲା |ଏ ସମ୍ପର୍କ ରେ ଜମିଲ2018 ମସିହାରେ ସି ଜି ଏମ କୋଟ ରେ ବନ୍ଧୁ ସୁରେଶ ଙ୍କ ନାମରେ ଏକ ମକଦମା ରୁଜୁ କରିଥିଲେ | ମାନ୍ୟବର କୋଟ ସୁରେଶ ଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଦଣ୍ଡ ବିଧାନ କରି କ୍ଷତି ପୂରଣ ବାବଦକୁ ବାର ଲକ୍ଷ୍ୟ ଟଙ୍କା ଜମିଲ ଙ୍କୁ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ | ଏହି ଆଦେଶ ଙ୍କୁ ରଦ୍ଧ କରିବା ପାଇଁ ସୁରେଶ 11/23 ରେ ଜ଼ିଲ୍ଲା ଜଜ କୋର୍ଟ ରେ ଏକ ମକଦମା ରୁଜୁ କରିଥିଲେ |ମାନ୍ୟବର ଜ଼ିଲ୍ଲା ଜଜ କୋର୍ଟ ସି ଜି ଏମ କୋର୍ଟ ର ରାୟ ଙ୍କୁ କାୟମ ରଖିଛନ୍ତି |ଏଥିନେଇ ଜମିଲ ଖାନ ଏବଂ ଆଇନୀଜୀବି ପୁନେନ୍ଦୁ ମୌଳି ମହାନ୍ତି ଜ଼ିଲ୍ଲା ଜଜ ଙ୍କୁ କୃତଜ୍ଞତା ଜଣାଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

/ March 23, 2025
No Comments