ପୁରୁଷୋତ୍ତମ ଏକାଦଶୀ ନିତି ପାଳିତ

ପୁରୁଷୋତ୍ତମ ଏକାଦଶୀ ନିତି ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ପୁରୁଷୋତ୍ତମ ଏକାଦଶୀ ନିତି ପାଳିତ ହୋଇଯାଇଛି।
ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ଟା ବେଳେ ଖେଚେଡ଼ି ଭୋଗ ମଧ୍ୟାହ୍ନ ଅର୍ନଧୂପ ସନ୍ଧ୍ୟା ରେ ଆଳତି ରାତ୍ରରେ ରାତ୍ର ଧୂପ ଓ ଏକାଦଶୀ ନିତି ବେଢ଼ା ପରିକ୍ରମା ଏବଂ ମହାଦୀପ ଉଠିବା ସହ ମନ୍ଦିର ପହଡ଼ ପଡ଼ିବ। ପୂଜକ ମନସୁମନ ମିଶ୍ର, ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆସେବକ ସମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ପୁରୁଷୋତ୍ତମ ଏକାଦଶୀ ନିତି ପାଳିତ ହୋଇଯାଇଛି

Recent Post

Live Cricket Update