ଦିବଂଗତ ରବିନ୍ଦ୍ର ଥାଟୋଇଙ୍କ ଏକାଦଶାହରେ ସ୍କୁତିଚାରଣ ସଭା ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ସ୍ଥିତ ଥାଟୋଇ ଭବନ ଠାରେ ଦିବଂଗତ ରବିନ୍ଦ୍ର ଥାଟୋଇଙ୍କ ଏକାଦଶାହରେ ଏକ ସ୍କୁତି ଚାରଣ ସଭା ଓ କୁଷକ ମାନଙ୍କୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରାକ୍ତନ ଶିକ୍ଷକ କୃଷ୍ଣଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘରଯୁଗ୍ର ସଂପାଦକ ଦିଗମ୍ବର ସାହୁ। ମୁଖ୍ୟ ବକ୍ତା ଭାବେ ରାଜ୍ୟପାଳ ପ୍ରାପ୍ତ ଶିକ୍ଷକ ଦୁର୍ଯୋଧନ ସାମଲ। ଅନ୍ୟମାନଙ୍କ ମଧ୍ୟରେ ବଳିଷ୍ଠ ନାଗରିକ ମଞର ସଂପାଦକ ସୁଶାନ୍ତ କୁମାର ନାୟକ। ଅଶୋକ କୁମାର ଦାସ, ଅକ୍ଷୟ କୁମାର ବେହେରା,ବିଦ୍ୟାଧର ଜେନା, ନିରଞ୍ଜନ ବେଉରିଆ, ପ୍ରଦିପ କୁମାର ଜେନା, ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ,କଳାକାର ପାତ୍ର, କୃଷ୍ଣ ଚନ୍ଦ୍ର ଥାଟୋଇ, ପୁରୁଷୋତ୍ତମ ବେହେରା,ଗୋପାଳ ପ୍ରଧାନ, ପ୍ରଫୁଲ୍ଲ କୁମାର ମହାନ୍ତି, ପୁଅ ଆଶିଷ ରଞ୍ଜନ ଥାଟୋଇଙ୍କ ସମେତ ସମସ୍ତ ପୁଅ,ଝିଅ ଓ ବନ୍ଧୁ ବାନ୍ଧବ ସମସ୍ତେ ଉପସ୍ଥିତ ଥିଲେ।ମିଷ୍ଟ ଭାଷି, ଧର୍ମପରାୟଣ, ସମାଜସେବୀ ପରୋପକାରୀ ଶାନ୍ତ ସ୍ବାଭାପର ଓ କୁଷକ ଭାବେ ବେଶ ପରିଚିତ ଥିଲେ। ଜୀବନର ପ୍ରାରମ୍ଭରେ ପିତାଙ୍କୁ ହରାଇବା ପରେ ପରେ ଯୌବନରେ ସ୍ତ୍ରୀଙ୍କୁ ହରାଇଥିଲେ। ଏକମାତ୍ର ପୁତ୍ର ସନ୍ତାନର ଭବିଷ୍ୟତକୁ ଲକ୍ଷ୍ୟ କରି ପୁନଃ ବିବାହକୁ ନାପସନ୍ଦ କରିଥିଲେ। କୃଷି ଥିଲା ମୁଖ୍ୟ ଜୀବିକା।ଆଦର୍ଶ କୃଷକ ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ