ବରିଷ୍ଠ କଂଗ୍ରେସ ନେତା ରଘୁନାଥ ଶତପଥିଙ୍କ ବିୟୋଗ

ବରିଷ୍ଠ କଂଗ୍ରେସ ନେତା ରଘୁନାଥ ଶତପଥିଙ୍କ ବିୟୋଗ

ଭୁବନେଶ୍ୱର – ବରିଷ୍ଟ କଂଗ୍ରେସ ନେତା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, ପୂର୍ବତନ ସମିତିସଭ୍ୟ, ପୂର୍ବତନ ସରପଞ୍ଚ, ନିଖିଳ ଉତ୍କଳ ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ ସଭାପତି ତଥା କେନ୍ଦ୍ରାପଡ଼ା ଅଂଚଳର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ରଘୁନାଥ ଶତପଥିଙ୍କର ୫୫ବର୍ଷ ବୟସରେ ପରଲୋକ ଘଟିଛି ।ଆଜି ସକାଳେ ତାଙ୍କ ଛାତିରେ ହଠାତ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲ ନେବା ବାଟରେ ତାଙ୍କର ଦେହାନ୍ତ ଘଟିଛି ।
୧୯୬୮ ମସିହା ନଭେମ୍ବର ମାସ ୧୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଅଁରାବାରିମୂଳ ପଞ୍ଚାୟତର ଭିତରବମ୍ଫୁ ଗ୍ରାମରେ ଜନ୍ମିତ ସ୍ବର୍ଗତ ଶତପଥୀ ଜଣେ ସରଳ ମିଷ୍ଟଭାଷୀ ଓ ମେଳାପୀ ସ୍ଵଭାବର ମଣିଷ ଥିଲେ ।ତାଙ୍କ ବିୟୋଗରେ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇଅଂଚଳର ବହୁ ରାଜନେତା, ସାମ୍ବାଦିକ ବୁଦ୍ଧିଜୀବି ତାଙ୍କ ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁଅ, ଝିଅ, ସହଧର୍ମିଣୀ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

ଭୁବନେଶ୍ୱରରୁ ପ୍ରଭାକର ବିଶ୍ବାଳ ଙ୍କ ରିପୋର୍ଟ

Recent Post

Live Cricket Update