Search
Close this search box.

ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ ସଂଘର ବୈଠକ

ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ ସଂଘର ବୈଠକ

ଢେଙ୍କାନାଳ, ୧୩/୮: ଢେଙ୍କାନାଳ ସହର ରଥଗଡାସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉ ମଠ ପ୍ରାଙ୍ଗଣରେ ଥିବା ଭାଗବତ ମଣ୍ଡପ ଠାରେ ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ କର୍ମକର୍ତା ଚୟନ କରାଯାଇ ଅନୁଷ୍ଠାନକୁ ପଞ୍ଜିକରଣ କରିବା ପାଇଁ ନିଷ୍ପତି କରାଗଲା । ସଭାପତି ଭାବେ କମଳ କୁମାର ମିଶ୍ର, ଉପସଭାପତି ଭାବେ ରଂଜନ କୁମାର ସାହୁ, ସଂପାଦକ ସୁରେଶ କୁମାର ବ୍ରହ୍ମ, ସହସଂପାଦକ ମହେଶ୍ବର ସାମଲ, କୋଷାଧ୍ୟକ୍ଷ ଭାବେ ଗିରିଶ ଚନ୍ଦ୍ର ସାମଲଙ୍କୁ ଚୟନ କରାଯାଇଥିଲା। ବୈଠକରେ ଅନୁଷ୍ଠାନର ନାମ ‘ଢେଙ୍କାନାଳ ଜିଲ୍ଲା ବାଜି ରାଉତ ବନ୍ଧୁକଧାର ସଂଘ’ ରଖାଗଲା । ଉପସ୍ଥିତ ଥିବା ସଦସ୍ୟମାନଙ୍କ ଭିତରେ ଏକ ଖୁସିର ପରିବେଶ ସୃଷ୍ଟି ହୋଇଥିଲା । ସର୍ବ ଶେଷରେ ଅନୁଷ୍ଠାନର ସଭ୍ୟ ପ୍ରଶାନ୍ତ ବେହେରା ଓ ସର୍ବେଶ୍ବର ଭାଇ ସଭାପତିଙ୍କ ଅନୁରୋଧ କ୍ରମେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Recent Post

Live Cricket Update

You May Like This

× How can I help you?