ଵର୍ଷାରୁତୁରେ ଚାଷ ଜମି ସୁଖିଲା ଲକ୍ଷଲକ୍ଷ ଟଙ୍କା ଖର୍ଚରେ ନିର୍ମାଣ ପାଣି ପଏଣ୍ଟ ଅଚଳ ।
ଶ୍ରାବଣ ମାସ ଶେଷ ହେବାକୁ ବସିଛି। କୋକସରା ବ୍ଳକରେ ଚଳିତବର୍ଷ ସ୍ୱାଭାବିକ ବର୍ଷାଠାରୁ କମ୍ ବର୍ଷା ଯୋଗୁ ଅଣସେଚିତ ଅଞ୍ଚଳରେ ପାଣି ଅଭାବରୁ ଅଧା ଚାଷ ଜମି ପଡିଆ ପଡିଛି। ଅଧାରୁ ଅଧିକ ଜମିରେ ରୁଆ ବି ଆରମ୍ଭ ହୋଇପାରିନାହିଁ। ଏପଟେ ମେଗା ଉଠାଜଳସେଚନ ପ୍ରକଳ୍ପ ଭରସାରେ ଥିବା ଚାଷୀଙ୍କ କ୍ଷେତରେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଅବସ୍ଥା ସମାନ।
ଏ ଚିତ୍ର ହେଉଛି କୋକସରା ବ୍ଲକ ସର୍ଗିଗୁଡା ଗ୍ରାମର ଚାଷୀଙ୍କ କ୍ଷେତର। ପାଣି ଅଭାବ ଯୋଗୁଁ କେଉଁ ଚାଷୀଙ୍କ କ୍ଷେତରେ ତଲି ମରିବାକୁ ବସିଛି ତ’ ଆଉ କେଉଁ ଚାଷୀଙ୍କ ଜମିରେ ପାଣି ଅଭାବ ଯୋଗୁଁ ଜମି ଫାଟି ଆଁ କରିଛି। ଏମିତିରେ ମୌସୁମୀ ଉଭାନ ହୋଇଯାଇଥିବାବେଳେ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନର ଭରଷାରେ ରହିଥିବା ଏହି ଚାଷୀମାନେ ପାଣି ପଏଣ୍ଟ ଅଚଳ ଯୋଗୁଁ ଏବେ ଚାଷ ବଞ୍ଚାଇବା ଆଶା ଛାଡିଛନ୍ତି।
କଳାହାଣ୍ଡି ଜିଲ୍ଲା ରୁ ନାରାୟଣ ପ୍ରସାଦ ନାୟକ ଙ୍କ ସହ ତିରୁପତି ପାତ୍ରଙ୍କ ରିପୋର୍ଟ