ଅନ୍ଧାରରେ ଦାନିକାପେଲ ଗାଁ,
ବିଦ୍ୟୁତ ବିଛିନ୍ନ ର ଛଅ ବର୍ଷ ପରେ ବି ବିଦ୍ୟୁତ ବିଭାଗର ନିଘା ନାହିଁ
ଗାଁ କୁ ଯେବେ ବିଦ୍ୟୁତ ସଂଯୋଗ ହେଲା ଗ୍ରାମବାସୀ ଙ୍କ ମନରେ ଏକ ଖୁସିର ଲହରୀ ଖେଳି ଯାଇଥିଲା l ହେଲେ ବିଦ୍ୟୁତ ସଂଯୋଗ ର ମାତ୍ର ଦୁଇ ବର୍ଷ ଉପଭୋଗ କରିବା ପରେ ସୁଲିମ ରୁ ଦାନିକାପେଲ ମଧ୍ୟରେ ଏକ ଗଛପଡ଼ି ସମ୍ପୂର୍ଣ ଭାବେ ବିଦ୍ୟୁତ ବିଛିନ୍ନ ହୋଇ ପଡ଼ିଛି ହେଲେ ଏବେ ଯାଏଁ ପଡ଼ିଥିବା ବିଦ୍ୟୁତ ଖୁଣ୍ଟ ଉଠାଯାଇଛି ନା ଛିଣ୍ଡି ଥିବା ତାର କୁ ସଂଯୋଗ କରାଯାଇଛି l ତାର ଛିଣ୍ଡି ଛଅ ବର୍ଷ ବିତି ଗଲାଣି ଗାଁକୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଛି ହେଲେ ବିଦ୍ୟୁତ ଉପଭୋକ୍ତା ଙ୍କ ନାମରେ ହଜାର ହଜାର ଟଙ୍କା ବିଲ୍ ଆସୁଥିବା ଅଭିଯୋଗ ହୋଇଛି l ଏହି ପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବେଡ଼ା ଗାଁ ଗ୍ରାମ ପଞ୍ଚାୟତ ଉପାନ୍ତର ଅଞ୍ଚଳ ଦାନିକାପେଲ ଗାଁରୁ l ସୂଚନା ମୁତାବକ ଏହି ଗାଁ ରେ ଏଗାର ଘର କୁଟିଆ କନ୍ଧ ସାମ୍ପ୍ରଦାୟର ଲୋକ ହାରାହାରି ଷାଠିଏ ବର୍ଷ ଧରି ବସବାସ କରି ଆସୁଥିବା ବେଳେ ମାତ୍ର ୫ ଘର କୁ ବିଦ୍ୟୁତ ସଂଯୋଗ ହୋଇଛି l ହେଲେ ଉକ୍ତ ୫ ଘରରେ ବିଦ୍ୟୁତ ସଂଯୋଗ ହୋଇଥିବାବେଳେ ବିଦ୍ୟୁତ ସଂଯୋଗର ମାତ୍ର ଦୁଇ ବର୍ଷ ଉପଭୋକ୍ତା ମାନେ ଉପଭୋଗ କଲାପରେ ବିଛିନ୍ନ ହୋଇ ଆଜକୁ ଛଅ ବର୍ଷରୁ ଉର୍ଦ୍ଧ ହେଲା ବିଦ୍ୟୁତ ସଂଯୋଗ ହୋଇନାହିଁ କିନ୍ତୁ ପାଞ୍ଚ ଘର ପାଇଁ ୮୩୯୮୬ ଟଙ୍କା ବିଲ ଆସିଥିବା ରୁ ଉପଭୋକ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି l ଏଠି ପ୍ରଶ୍ନ ଉଠୁଛି ଯେ’ଦୁଇ ବର୍ଷ ବିଦ୍ୟୁତ ବ୍ୟବହାରର ପାଞ୍ଚ ଘରକୁ କିପରି ୮୩୯୮୬ ଟଙ୍କା ବିଲ ଆସିଲା ଏନେଇ ବଡ଼ ପ୍ରଶ୍ନ l ବିଛିନ୍ନ ବିଦ୍ୟୁତ ସଂଯୋଗ କରିବା ପାଇଁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ୍ୟ ଏବେ ଯାଏଁ ବିଦ୍ୟୁତ ବିଭାଗର ନିଘା ନାହିଁ ଯାହା ଫଳରେ ୬ ବର୍ଷ ଧରି ଅନ୍ଧାରରେ ଜୀବନ ବିତାଉଛନ୍ତି ୧୧ ଟି ପରିବାର l ଏପଟେ ସନ୍ଧ୍ୟା ହେଲେ ହାତୀର କୋକୁଆ ଭୟରେ ଥରୁଛି ଗାଁ । ଏହି ଗାଁ ଘଞ୍ଚ ଜଙ୍ଗଲ ମଧ୍ୟରେ ରହି ଥିବା ବେଳେ ଏହି ଗାଁ ଦେଇ ଅନେକ ସମୟରେ ହାତୀ ପଲ ଯିବା ଆସିବା କରିଥାଆନ୍ତି ଏବଂ ଯେତେବେଳେ ଗାଁ କୁ ହାତୀ ପଲ ପଶିବା ଜାଣନ୍ତି ସେତେବେଳୁ ଭୟରେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ନିଆଁ ଜାଳି ଉଜ୍ୱଳ କରି ଜଗିବସିବାକୁ ପଡିଥାଏ l ଗାଁ ରେ ବିଦ୍ୟୁତ ନ ଥିବା ଯୋଗୁଁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡୁଛି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କଲେ ଗ୍ରାମ ବାସି l ତେଣୁ ଯଥା ସମ୍ଭବ ଏହାର ସଠିକ ତଦନ୍ତ କରି ଦାନିକାପେଲ ଗାଁ କୁ ବିଦ୍ୟୁତ ସଂଯୋଗ କରା ଯାଉ ବୋଲି ଲକ୍ଷ୍ମଣ ମାଝୀ, କ୍ରିଷ୍ଣା ମାଝୀ, କାଳିଆ ମାଝୀ, ରିଗେ ମାଝୀ, ଟିଙ୍ଗୁ ମାଝୀ, ଅଭିଯୋଗ କରିଛନ୍ତି l ଯଦି ଏହି ଅଭିଯୋଗର ସମାଧାନ ନ କଲେ ଆଗାମୀ ୨୦୨୪ ଇଲେକ୍ସନ ରେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତ ଗ୍ରାମବାସୀ ।କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ୍ ।