ଓବିସି ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା ସଭା ଓ ବନ୍ଧୁ ମିଳନ

ଓବିସି ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା ସଭା ଓ ବନ୍ଧୁ ମିଳନ।

କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ସ୍ଥିତ ପୋଟଲେଇ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞ୍।ନେନ୍ଦ୍ର କୁମାର ସ୍ଵାଇଁଙ୍କ ନେତୃତ୍ଵରେ ସମ୍ବର୍ଦ୍ଧନା ସଭା ଓ ବନ୍ଧୁ ମିଳନ ରବି ବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଣୀପଦା ପଞ୍ଚାୟତ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ପଡ଼ିଆରେ ବୃକ୍ଷ ରୋପଣ କରାଯାଇଥିଲା। ଚୌଦ୍ଵାର ପାଇକିରା ପୁର ଗ୍ରାମ ହନୁମାନ ମନ୍ଦିର ରେ ପଣା ପ୍ରସ୍ତୁତି କରି ବଣ୍ଟନ କରାଯାଇଥିଲା। ଏହା ପରେ ପୋଟଲେଇ ମନ୍ଦିର ପ୍ରାଙ୍ଗଣରେ ଏକ ବିରାଟ ସଭା ଓ ଭୋଜିର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ସଭାରେ ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ଵାଇଁ ସଭାପତିତ୍ଵ କରି ମଣିଷ ଓ ବୃକ୍ଷ ମଧ୍ୟରେ ରହିଥିବା ନିବିଡତା ସମ୍ପର୍କ ଓ ବନ୍ଧୁତ୍ୱ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଓବିସି ମୋର୍ଚ୍ଚା ର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ସଭାପତି ସୁରଥ ବିଶ୍ଵାଳ, ମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ୱାଇଁ, ରମେଶ ନାୟକ, ନୃସିଂହ ସ୍ବାଇଁ, ସୁକାନ୍ତ ବିଶ୍ଵାଳ,ପ୍ରଦୀପ ନାୟକ,ଅମ୍ବିକା ସାମଲ, ବିବେକାନନ୍ଦ ଜେନା, ଅକ୍ଷୟ ଭୂୟାଁ, ରଞ୍ଜିତା ନାୟକ, ପ୍ରସାନ୍ତ ହୋତା, ଧୀରେନ୍ଦ୍ର ସିଂ, ରଞ୍ଜନ ବେହେରା, ଶିବ ନାରାୟଣ ନାୟକ, ସୁବୋଧ ବାରିକ, ଲିଲି ମହାପାତ୍ର,ସଞ୍ଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।

Recent Post

Live Cricket Update