ବଡବିଲ ପୌରାଞ୍ଚଳରେ ୭୭ତମ ସ୍ୱାଧୀନତା ଦିବସ ବହୁ ଆଡମ୍ବର ସହକାରେ ପାଳନ

ବଡବିଲ ପୌରାଞ୍ଚଳରେ ୭୭ତମ ସ୍ୱାଧୀନତା ଦିବସ ବହୁ ଆଡମ୍ବର ସହକାରେ ପାଳନ ।

ସାରା ଦେଶ ଆଜି ବହୁ ହର୍ଷ ଉଲ୍ଲାସ ମଧ୍ୟରେ ପାଳନ କରୁଛି ୭୭ତମ ସ୍ୱାଧୀନତା ଦିବସ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ମଧ୍ୟ ବହୁ ଆଡମ୍ବର ସହକାରେ ପାଳନ ହୋଇଛି ଏହି ଅବସରରେ ବଦବିଲ ସାମ୍ବାଦିକ ସଂଘ ରିଜିଓନାଲ ମିଡିଆ ଫୋରମ କାର୍ଯ୍ୟାଳୟ ଠାରେ ବଡବିଲ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଗୋଲକ ବିହାରୀ ଗିରି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଆଜିର ଦିବସର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ ଏହି ଅବସରରେ ସଂଘର ସମସ୍ତ କର୍ମକର୍ତ୍ତା ଓ ଅଞ୍ଚଳ ବାସିନ୍ଦାମାନେ ଉପସ୍ଥିତ ଥିଲେ , ଏବଂ ବଡବିଲ ତହସିଲ କାର୍ଯ୍ୟାଳୟ ଠାରେ ବଡବିଲ ତହସିଲଦାର ଆଲୋକ କୁମାର ପଟେଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ଗ୍ରୁପ୍ କାର୍ଯ୍ୟାଳୟ ଠାରେ ମଧ୍ୟ ତହସିଲଦାର ଆଲୋକ କୁମାର ପଟେଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବଡବିଲ ସହିଦ ଭଗତ ସିଂହ ଛକଠାରେ ମଧ୍ୟ ଶିଖ ସମ୍ପ୍ରଦାୟର ଲୋକେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ବଡବିଲ ସହରର ଥିବା ସମସ୍ତ ସରକାରୀ ବେସରକାରୀ ଓ ବିଭିନ୍ନ ସ୍କୁଲ୍ ଓ କାର୍ଯ୍ୟାଳୟ ଏବଂ ସଙ୍ଗଠନ ମାନଙ୍କରେ ୭୭ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି ଏବଂ ବଡବିଲ ଉତ୍ସବ ପଡିଆ ଠାରେ ବଡବିଲ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ବହୁ ଆଡମ୍ବର ସହକାରେ ପାଳନ ହୋଇଛି, ଏହି ଅବସରରେ ବଡବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏହି ଅବସରରେ ବଡବିଲ ରେ ଥିବା ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ନିଜ ନିଜ ସ୍କୁଲ୍ କୁ ପ୍ରତିନିଧିତ୍ଵ କରିଥିଲେ ଓ ପ୍ୟାରେଡ ପରିବେଷଣ କରିଥିଲେ ନଗରପାଳ ଅଭିବାଦନ ଗ୍ରହଣ କରିଥିଲେ ଓ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାରର କ୍ରୀଡା ଓ କଳା ପରିଦର୍ଶନ କରିଥିଲେ , ଶେଷରେ କୃତିତ୍ୱ ଅର୍ଜନ କରିଥିବା ସ୍କୁଲ୍ ଓ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

କେନ୍ଦୁଝର ଜିଲ୍ଲା ବଡ଼ବିଲ ରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।

Recent Post

Live Cricket Update