ଜଗତସିଂହପୁର ଜାମିଆ ଅବଦୁଲ ଵିନମାସୁଦ ଆଖୁନ ମହଲା ପକ୍ଷରୁ 77ତମ ସ୍ୱାଧୀନତା ଦିବସ ପାଳିତ

( ଜଗତସିଂହପୁର ଜାମିଆ ଅବଦୁଲ ଵିନମାସୁଦ ଆଖୁନ ମହଲା ପକ୍ଷରୁ 77ତମ ସ୍ୱାଧୀନତା ଦିବସ ପାଳିତ )

ଜଗତସିଂହପୁର
ତା =15/8/23
ମାଦ୍ରାସା ଜାମିଆ ଆବୁଦୁଲା ଵିନ ମାସୁଦ ଆଖୁନ ମହଲା ସଂଗଠନ ଜଗତସିଂହପୁର ପକ୍ଷରୁ 77ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥିଭାବେ ପୂର୍ବତନ କାଜୁ ନିଗମ ଅଧକ୍ଷ୍ୟ ଅମରେନ୍ଦ୍ର ଦାସ ଆନୁଷ୍ଠାନିକ ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ | ଅନ୍ୟମାନଙ୍କ ମଧ୍ୟ୍ୟ ରେ ମୌଲାନା ସରଫରାଜ ଅହମ୍ମଦ | ସେକ ରକିବ ଉଦିନ | ସଫାୟତ ଅଲ୍ଲୀ | ପୂର୍ବତନ କାଉନସିଲର ସୁଶାନ୍ତ ରଞ୍ଜନ ସ୍ୱାଇଁ | କାଉନସିଲର ଦେବାଶିଷ ସ୍ୱାଇଁ ପ୍ରମୁଖ ଯୋଗଦେଇ ଜାତି, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ | ଭାରତ ମାତା ର ସୁରକ୍ଷା ଆମ ସମସ୍ତ ଙ୍କର ଦାଇତ୍ୱ ବୋଲି ଉଦବୋଧନ ଦେଇଥିଲେ |ଏହି ଉପଲକ୍ଷେ ଶତାଧିକ ସଂଖ୍ୟାଲଘୁ ସମ୍ପ୍ରଦାୟ ଛାତ୍ର ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଂଗୀତ ଗାନକରାଯାଇଥିଲା | ଏ ସମସ୍ତ କାର୍ଯ୍ୟକ୍ରମ କୁ ମୌଲାନା ଅବଦୁଲ ରସିଦ, ତସବର ଅଲ୍ଲୀ, ଅବଦୁଲ ହାପିଜ ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update