ଗଁଦିଆ ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଆମ ହରିଭାଇପୁସ୍ତକ ଉନ୍ମୋଚନ

ଗଁଦିଆ ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଆମ ହରିଭାଇପୁସ୍ତକ ଉନ୍ମୋଚନ

ଗଁଦିଆ ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଅଗଷ୍ଟ ମାସ ପନ୍ଦର ତାରିଖ ପୂର୍ବାହ୍ନ ଆଠଟା ତିରିଶି ମିନିଟ୍ ସମୟରେ ଗଁଦିଆ ମିନି ଷ୍ଟାଡିୟମରେ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ଖଟୁଆ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ମମତା ସାମଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଂଜନ ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ନାୟକ, ବିଧାୟକ ଙ୍କ ପ୍ରତିନିଧି ନିରାକାର ନାୟକ, ଗଁଦିଆ ବ୍ଳକ ବିଜୁ ଜନତା ଦଳ ସଭାପତି ବିଶ୍ବନାଥ ଜେନା, ସ୍ଥାନୀୟ ଥାନାର ଓ ଅଗ୍ନିନିୟନ୍ତ୍ରଣ ଅଧିକାରୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ , ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇଥିଲେ । ରାଜ୍ୟ, ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କ ନାମରେ ନାମିତ ଆମ ହରିଭାଇପୁସ୍ତକ ଟି ଜାତୀୟ, ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ମନୋଜମଞ୍ଜରୀ ଲେଙ୍କା ଙ୍କ ସମ୍ପାଦନା ରେ ଦ୍ବିତୀୟ ସଂସ୍କରଣ ପୁସ୍ତକ‌ କୁ ଆଜି ପବିତ୍ର ସ୍ବାଧୀନତା ଦିବସ ପାଳନ ଅବସରରେ ମଞ୍ଚାସିନ ଅତିଥି ମାନେ ଉନ୍ମୋଚିତ କରିଥିଲେ।

Recent Post

Live Cricket Update