ଘରପୋଡି କ୍ଷତିଗ୍ରସ୍ତଙ୍କୁ ସହାୟତା

ଘରପୋଡି କ୍ଷତିଗ୍ରସ୍ତଙ୍କୁ ସହାୟତା

ଢ଼େନାଙ୍କାନାଳ:17/08-ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଜିଲ୍ଲାର ସଦର ବ୍ଲକସ୍ଥିତ କାଇମାଟି, ଶବର ସାହିର ଛଅଟି ପରିବାରକୁ ତାଙ୍କର ଘର ପୋଡ଼ିଯାଇଥିବାରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ପ୍ରଦାନ କରାଯାଇଛି l ପ୍ରତ୍ୟେକ ପରିବାରକୁ ଦଶହଜାର ଟଙ୍କା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦିଆଯାଇଛି l

ଯେଉଁ ଛଅଟି ପରିବାର ଏହି ଅଗ୍ନିକାଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କ ପରିବାର ତରଫରୁ ମମତା ସାହାଣୀ, ଟିକି ସାହାଣୀ, ମଞ୍ଜୁ ସାହାଣୀ, ନିହୋଲି ସାହାଣୀ, ରାଧା ସାହାଣୀ, କାମିନୀ ସାହାଣୀ ଆର୍ଥିକ ସହାୟତା ରାଶି ଗ୍ରହଣ କରିଥିଲେ

Recent Post

Live Cricket Update