ରାଇରଙ୍ଗପୁରରେ ଦେଶୀ ମଦ ଜବତ
ରାଇରଙ୍ଗପୁର ଅବକାରୀ ବିଭାଗ ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟିର ସମସ୍ତ ଅଞ୍ଚଳରେ ନିଶାଦ୍ରବ୍ୟ ଓ ମାଫିଆମାନଙ୍କୁ ଧରିବା ପାଇଁ ଧରପକଡ ଜାରିରଖିଛନ୍ତି | ତେଣେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସକାଳ ୯ଟା ସମୟରେ ରାଇରଙ୍ଗପୁର ସହରସ୍ତ ମୁର୍ମୁଛକ ଠାରୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଲୁସାଢୀ ଗ୍ରାମର ମୁଚିରାମ ମାଝୀ (୩୨) ପିତା ଦାସମାତ ମାଝୀ ପାଖରୁ ୭୦ ଲିଟର ଦେଶୀ ମଦ ଓ ୧ଟି ଧଳା ସ୍କୁଟି , ୬ଟା ସମୟରେ ଅଳାଁଡୁବା ଛକ ଠାରୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁଟୁଣୀ ଗ୍ରାମର ଦୁଃଖୀଶ୍ୟାମ ମାଝୀ (୫୨) ପିତା ସ୍ବର୍ଗୀୟ ଅର୍ଜ୍ଜନ ମାଝୀ ପାଖରୁ ୧୪ ଲିଟର ଦେଶୀ ମଦ ଓ ୧ଟି ପେସନ ପ୍ର ମଟର ସାଇକେଲ ଜବତ କରାଯାଇଛି | ଏଥିରେ ରାଇରଙ୍ଗପୁର ଅବକାରୀ ପୁଲିସ ଅଧିକାରୀ ଧୀରେନ କୁମାର ବେହେରା,ଓଆଇସି ମନୋଜ କୁମାର ପ୍ରୁସେତ,ଅରୁଣ କୁମାର ମୁଦୁଲି,ବିପ୍ଲବ କୁମାର ମଲ୍ଲିକ,ପ୍ରିୟଙ୍କା ମହାନ୍ତ ତଥା ଅନ୍ୟମାନେ ଉପସ୍ଥିତ ରହି ଧରପକଡ କରିଥିଲେ | ସେମାନଙ୍କୁ କେଶ ନଂ ୩୬ ଓ ୫୫ ରେ ୫୨ ଏଣ୍ଡ ଆଇ ଓଡିଶା ଏକସାଇଜ ଏକ୍ଟ ୨୦୦୮ ଦଫାରେ କୋର୍ଟ ଚାଲାଣ କରାଯାଇଛି
କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ବାରିକ୍ ଓ ପ୍ରଶାନ୍ତ ପ୍ରଧାନ ପାଟଣା
ରାଇରଙ୍ଗପୁର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍