ସଦଭାବନା ଦିବସ ଉପଲକ୍ଷେ ଶପଥ ପାଠ
ଅନୁଗୋଳ,ତା, ୧୮.୦୮:- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧୀଙ୍କର ଜନ୍ମ ବାର୍ଷିକକୁ ସଦଭାବନା ଦିବସ ତଥା ଏକତାର ଦିବସ ଭାବେ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୦ ତାରିଖକୁ ଶାନ୍ତି,ଜାତୀୟ ସଂହତି ଓ ସାମ୍ପ୍ରଦାୟିକ ସଦଭାବନା ପ୍ରତ୍ୟେକ ଧର୍ମୀୟ ଦେଶରେ ପାଳନ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସର୍ଗ କରାଯାଉଛି । ଚଳିତ ବର୍ଷ ଅଗଷ୍ଟ ୨୦ ତାରିଖ ସରକାରୀ ଛୁଟି ଦିନ ହୋଇଥିବାରୁ ସରକାରୀ ନିର୍ଦ୍ଦେଶନାମା (ଗୃହ ବିଭାଗଙ୍କ ୩୩୫୦୭, ତା୧୬.୮.୨୦୨୩) ଅନୁଯାୟୀ ଆଜି ଦିନରେ ଏହି ସଦଭାବନା ଦିବସକୁ ପାଳନ । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ବାରଣ୍ଡାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ କର୍ମଚାରୀମାନଂକୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାତି,ଧର୍ମ,ସମ୍ପ୍ରଦାୟ,ଭାଷା ଓ ଅଂଚଳ ନିର୍ବିଶେଷରେ ସମସ୍ତେ ଭାରତୀୟ । ହିଂସାର ପଥ ଅନୁସରଣ ନ କରି ସମସ୍ତ ପ୍ରକାର ଭେଦଭାବକୁ ଭୁଲି ସାମ, ଧାନିକ ମାଧ୍ୟମରେ ବୁଝାମଣା କରିବାକୁ ନେଇ ଶପଥ ପାଠ କରାଯାଇଥିଲା । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର ଇଷାନୀ ପଣ୍ଡା, ଡେପୁଟୀ କଲେକ୍ଟର ମଧୁସ୍ମିତା ବିଶିଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗ ଦେଇ ଶପଥ ପାଠ କରିଥିଲେ ।