କାଙ୍କଡ଼ପାଳ ଡ୍ରାଇଭର ମହାସଂଘ ତରଫରୁ କାଉଡିଆଙ୍କ ପାଇଁ ମାଗଣା ପ୍ରସାଦ ସେବନ

କାଙ୍କଡ଼ପାଳ ଡ୍ରାଇଭର ମହାସଂଘ ତରଫରୁ କାଉଡିଆଙ୍କ ପାଇଁ ମାଗଣା ପ୍ରସାଦ ସେବନ

ଢେଙ୍କାନାଳ, ୨୦/୮: ଶ୍ରାବଣ ମାସର ତୃତୀୟ ସୋମବାର କପିଳାସ ପୀଠ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଙ୍କ ମସ୍ତକରେ ଜଳ ଲାଗି ଉଦ୍ଦେଶ୍ୟରେ ହଜାର ହଜାର ସଂଖ୍ୟାରେ ବହୁ ଦୂରଦୂରାନ୍ତରୁ ଭକ୍ତ ଗଣଙ୍କ ଆଗମନ କରିଛନ୍ତି । ସେମାନଙ୍କୁ ସେବା ଯୋଗାଇ ଦେବ ତଥା ଭୋକ ମଂଟାଇବା ପାଇଁ ଆଜି କାଙ୍କଡପାଳ ପଂଚାୟତର ଡ୍ରାଇଭର ମହାସଂଘ ତରଫରୁ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ କାଉଡିଆ ଭକ୍ତମାନଙ୍କ ପାଇଁ ମାଗଣା ପ୍ରସାଦସେବନର ବ୍ୟବସ୍ଥା କରିଛନ୍ତି । କପିଳାସ ରୋଡସ୍ଥିତ ସରଖିଆ ଠାରେ ଏହି ଆୟୋଜନର ବ୍ୟବସ୍ଥା କରାଯାଇ ଭକ୍ତମାନଙ୍କୁ ଅର୍ପଣ କରାଯାଇଛି। କାଉଡିଆ ଭକ୍ତମାନେ ବହୁ ଆନନ୍ଦ ଉଲ୍ଲାସରେ ପ୍ରସାଦ ସେବନ କରି ଖୁସି ପ୍ରକଟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନରୋତମ ବେହେରା, ବ୍ଲକ୍ ସଭାପତି ଟିକିନ। ନାଏକ, ଉପ – ସଭାପତି ଦୀପୁନା ପ୍ରଧାନ, ସଂପାଦକ ସିମା ଗଣ୍ଡ, କାଙ୍କଡପାଳ ପଂଚାୟତ ଗ୍ରୁପ୍ ସଭାପତି ସିପୁ, ଲକି, ସହଦେବ ବେହେରା, ସତ୍ୟବାନ ସାଇଁ, ତପନ ସାଇଁ, ଜିତୁ, ରବି, ସୁଚିତ୍ର ଓ ପଦୀ ପ୍ରମୁଖ ଉପସ୍ଥିତ ରହି ଭକ୍ତମାନଙ୍କୁ ପ୍ରସାଦ ବଂଟନ କରିଥିଲେ ।

Recent Post

Live Cricket Update