ଝାରସୁଗୁଡା ଜିଲ୍ଲାରେ ପାନୀୟ ଓ ଜଳସେଚନ ସମସ୍ୟା ଦୂର ହେବ। ୯୦୦ କୋଟି ଟଙ୍କାରେ ନିର୍ମାଣାଧୀନ ପାନୀୟଜଳ ପ୍ରକଳ୍ପରୁ ୫ ଗୋଟି ବ୍ଲକ୍ ଓ ୨ଟି ପୌରାଞ୍ଚଳକୂ ପାନୀୟଜଳ ଯୋଗାଣ କରାଯିବ। ସେହିପରି ଲଖନପୁର ବ୍ଲକର ୭୫୫୩ ଏକର ଜମି ଜଳସେଚନ କରାଯିବ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନ ଝାରସୁଗୁଡା ଗସ୍ତ କରିବା ଅବସରରେ ଏହିସବୁ ଉନ୍ନୟନ କାର୍ଯ୍ଯର ସମୀକ୍ଷା କରିଛନ୍ତି।