ବଡବିଲ ସହରରେ ଅମାନିଆଙ୍କୁ ତାଗିଦ୍ କରିବା ସହ ପୋଲିସ୍ ପକ୍ଷରୁ ଜୋରିମାନା ଆଦାୟ।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଗାଡିଘୋଡା ଚଳାଚଳ କରିଥାଏ ଏବଂ ଏହା ଯୋଗୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଅନେକ ଜନଜୀବନ ପ୍ରଭାବିତ ହୋଇଥାଏ, ଏବଂ ଏହି ଦୁର୍ଘଟଣା ମଧ୍ୟରେ ଅନେକ ସମୟରେ ଦେଖାଯାଏ କି ବାଇକ୍ ଆରୋହୀ ମାନେ ହେଲମେଟ ବ୍ୟବହାର ନକରି ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହୁଏ, ହୁଏତ ଲୋକଟି ହେଲମେଟ ପିନ୍ଧିଥିଲେ ଜୀବନ ରକ୍ଷା ହୋଇପାରିଥାନ୍ତା। ଯାହାକୁ ଦୃଷ୍ଟିରେ ରଖି ବଡବିଲ ପୋଲିସ୍ ପକ୍ଷରୁ ବଡବିଲ ପୌରାଞ୍ଚଳ ୱାର୍ଡ ନମ୍ବର ପନ୍ଦର ସ୍ଥିତ ବଡବିଲ ସହରର ମୁଖ୍ୟ ପ୍ରବେଶ ପଥ କିରିବୁରୁ ଛକ ନିକଟରେ କଡା ଚେକିଙ୍ଗ କରାଯିବା ସହ ହେଲମେଟ ବ୍ୟବହାର ନକରି ଗାଡି ଚାଳନା କରୁଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ଚାଲାଣ କାଟୁଥିବା ବେଳେ ଗାଡି ଚାଳନା କରୁଥିବା ଅପ୍ରାପ୍ତ ବୟସ୍କ ପିଲାଙ୍କ ଅଭିଭାବକ ମାନଙ୍କୁ ତାଗିଦ୍ କରୁଥିବା ଦେଖିବାକୁ ମିଳିଥିଲା। ଯାହାକି ଦୁଇଚକିଆ ଯାନ ଚଳାଉଥିବା ସମୟରେ ହେଲମେଟ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଯେଉଁ ଅମାନିଆ ମାନେ ଏହାକୁ ବେଖାତିର୍ କରୁଛନ୍ତି ସେମାନଙ୍କୁ ସାବାଡ କରିବାକୁ ବଡବିଲ ପୋଲିସ୍ ର ଏହି ପଦକ୍ଷେପ କୁ ବୁଦ୍ଧଜୀବୀମାନେ ସ୍ଵାଗତ କରିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ