ଆଜି ଉଦ୍‌ଘା‌ଟନ ହେବ ୨୧ଟି ‘ଆମ ବସଷ୍ଟାଣ୍ଡ’ ଓ ୧୨୪ଟି ବସଷ୍ଟାଣ୍ଡର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ଼ କରିବାକୁ ଯୋଜନା କରିଥିବାବେଳେ ଏଥିପାଇଁ ସବୁ ବ୍ଲକରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି। ଏହି କ୍ରମରେ ବୁଧବାର ରାଜ୍ୟର ୧୩ଟି ଜିଲ୍ଲାର ୨୧ଟି ବ୍ଲକରେ ‘ଆମ ବସଷ୍ଟାଣ୍ଡ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଉଦ୍‌ଘାଟନ କରିବେ।

ଏହାସହ ୨୬ଟି ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ୧୨୪ଟି ବସ୍‌ଷ୍ଟାଣ୍ଡ ପାଇଁ ଶିଳାନ୍ୟାସ କରିବେ।

ଓଏସ୍‌ଆରଟିସିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ସବୁ ବ୍ଲକରେ ‘ଆମ ବସଷ୍ଟାଣ୍ଡ’ ନିର୍ମାଣ କରାଯାଉଛି। କିଛି ଦିନ ତଳେ ଧର୍ମଗଡ଼ ଓ ଜୁନାଗଡ଼ ବସଷ୍ଟାଣ୍ଡର ଉଦ୍‌ଘାଟନ ହୋଇଥିବାବେଳେ ଏବେ ବଲାଙ୍ଗୀର ଜିଲ୍ଲାର ବଙ୍ଗମୁଣ୍ଡା, ଲୋଇସିଂହା, ବୌଦ୍ଧର କଣ୍ଟାମାଳ, ଗଜପତିର ଆର୍‌.ଉଦୟଗିରି ଓ ଗୁମ୍ମା, ଝାରସୁଗୁଡ଼ାର କୋଲାବିରା, କନ୍ଧମାଳର ଟିକାବାଲି, କେନ୍ଦ୍ରାପଡ଼ାର ମାର୍ଶାଘାଇ, ଆଳି ଓ ଗରଦପୁର, କେନ୍ଦୁଝରରେ ଘଷିପୁରା, ଘଟଗାଁ, ତେଲକୋଇ, କୋରାପୁଟରେ କୋଟପାଡ଼, ମୟୂରଭଞ୍ଜରେ ବେତନଟୀ, ନବରଙ୍ଗପୁରରେ କୋସାଗୁମୁଡ଼ା,ଡାବୁଗାଁ, ନୟାଗଡ଼ରେ ଗଣିଆଁ, ପୁରୀରେ କାକଟପୁର, ସୁବର୍ଣ୍ଣପୁରରେ ବିନିକା ଓ ଉଲୁଣ୍ଡା ବ୍ଲକରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡକୁ ଉଦ୍‌ଘାଟନ କରାଯିବ।

ଦ୍ବିତୀୟ ପର୍ଯ୍ୟ‌ାୟରେ ଅନୁଗୁଳରେ ୨ଟି, ବଲାଙ୍ଗୀରରେ ୬ଟି, ବରଗଡ଼ରେ ୯ଟି, ଭଦ୍ରକରେ ୬ଟି, କଟକରେ ୩ଟି, ଦେବଗଡ଼ରେ ୪ଟି, ଢେଙ୍କାନାଳରେ ଗୋଟିଏ, ଗଜପତିରେ ଗୋଟିଏ, ଗଞ୍ଜାମରେ ୯ଟି, ଜଗତସିଂହପୁରରେ ୩ଟି, ଯାଜପୁରରେ ୩ଟି, କଳାହାଣ୍ଡିରେ ୯ଟି, କନ୍ଧମାଳରେ ୧୦ଟି, କେନ୍ଦ୍ରାପଡ଼ା‌େର ଗୋଟିଏ, ଖୋର୍ଦ୍ଧାରେ ୩ଟି, କୋରାପୁଟରେ ୧୦ଟି, ମାଲକାନଗିରିରେ ୫ଟି, ମୟୂରଭଞ୍ଜରେ ୧୧ଟି, ନୟାଗଡ଼ରେ ଗୋଟିଏ, ନବରଙ୍ଗପୁରରେ ୬ଟି, ନୂଆପଡ଼ାରେ ୪ଟି, ପୁରୀରେ ଗୋଟିଏ, ରାୟଗଡ଼ାରେ ୪ଟି, ସମ୍ବଲପୁରରେ ଗୋଟିଏ, ସୁବର୍ଣ୍ଣପୁରରେ ଗୋଟିଏ, ସୁନ୍ଦରଗଡ଼ରେ ୧୦ଟି ବ୍ଲକରେ ‘ଆମ ବସଷ୍ଟାଣ୍ଡ’ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ। ଏହି ସବୁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଦୁଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ଦେବଗଡ଼କୁ ଛାଡ଼ି ସବୁ ଜିଲ୍ଲାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇଥିବାରୁ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ଓଏସ୍‌ଆରଟିସି ପକ୍ଷରୁ କୁହାଯାଇଛି। ଏହାପରେ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ବାକି ବ୍ଲକରେ ଆମ ବସଷ୍ଟାଣ୍ଡ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସୋର୍ସ news

Recent Post

Live Cricket Update