ବିଶ୍ୱ ରେକର୍ଡ କଲା ଚନ୍ଦ୍ରଯାନ-୩ ର ସଫ୍ଟ ଲାଣ୍ଡିଂ: live ଦେଖିଲେ ୯.୧ ମିଲିୟନ୍

ବିଶ୍ୱ ରେକର୍ଡ କଲା ଚନ୍ଦ୍ରଯାନ-୩ ର ସଫ୍ଟ ଲାଣ୍ଡିଂ: live ଦେଖିଲେ ୯.୧ ମିଲିୟନ୍

ଶ୍ରୀହରିକୋଟା – ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୪୦ ଦିନିଆ ଯାତ୍ରା ଆରମ୍ଭ କରିଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ଚନ୍ଦ୍ରୟାନ-୩ ମିଶନ ସଫଳ ହୋଇଛି ।

ଜୁଲାଇରେ ଆରମ୍ଭ ହେବା ଠାରୁ ଚନ୍ଦ୍ରରେ ଅବତରଣ କରିବା ପର୍ଯ୍ୟନ୍ତ ଭାରତର ତୃତୀୟ ଚନ୍ଦ୍ର ମିଶନ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି ।

ଚନ୍ଦ୍ରପୃଷ୍ଟରେ ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିବା ପରେ ଏବେ ଚନ୍ଦ୍ରରେ ଥିବା ସମସ୍ତ ଗୁପ୍ତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି । ଚନ୍ଦ୍ରର ମାଟି, ଜଳ ଓ ଜୀବନର ସନ୍ଧାନ କରିବାରେ ବୈଜ୍ଞାନିକମାନଙ୍କୁ ଏବେ ସହଜ ହେବ । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ଥିବା ସମସ୍ତ ରହସ୍ୟକୁ ଉନ୍ମୋଚନ କରିବା ସହ ଏହାର ତଥ୍ୟ ଭାରତକୁ ପ୍ରଦାନ କରିବ ।

ଚନ୍ଦ୍ରୟାନ ୩ର ସଫଳ ଲ୍ୟାଣ୍ଡିଂ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଛନ୍ତି ବକ୍ତବ୍ୟ । ସେ କହିଛନ୍ତି ଏ କ୍ଷଣ ଅବିସ୍ମରଣୀୟ । ଆଜି ଭାରତ ନୂଆ ଇତିହାସ ରଚିଲା । ଆଜି ସାରା ଭାରତରେ ଉତ୍ସବର ମାହୋଲ । ସାରା ଦେଶବାସୀଙ୍କ ସହ ମୁଁ ବି ଆଜି ଉତ୍ସବରେ ସାମିଲ । ଏ ଅଦ୍ଭୁତ କ୍ଷଣ ପାଇଁ ସାରା ଦେଶବାସୀଙ୍କୁ କୋଟି କୋଟି ବଧାଇ ।

ଏହାସହ ମୋଦି ସାରା ଦେଶବାସୀଙ୍କୁ ଦେଇଛନ୍ତି ବଡ଼ ସନ୍ଦେଶ । ସେ କହିଛନ୍ତି ଚନ୍ଦ୍ରୟାନର ସଫଳତା ପରେ ଏବେ ଭାରତର ଲକ୍ଷ୍ୟ ରହିବ ସୂର୍ଯ୍ୟ ଓ ଶୁକ୍ର । ଇସ୍ରୋ ଆରମ୍ଭ କରିବ ସୂର୍ଯ୍ୟ ମିଶନ । ଆଦିତ୍ୟ-ଏଲ୍‌ ୱାନ୍‌ ମିଶନ ଜରିଆରେ ସୂର୍ଯ୍ୟ ସଂପର୍କରେ କରାଯିବ ଗବେଷଣା । ସୂର୍ଯ୍ୟ ମିଶନ ସହ ଆରମ୍ଭ ହେବ ଶୁକ୍ର ଅଭିଯାନ । ଖୁବ୍‌ଶୀଘ୍ର ଭାରତ ଶୁକ୍ର ଗ୍ରହ ଉପରେ ଅଭିଯାନ ଆରମ୍ଭ କରିବ ।

Recent Post

Live Cricket Update