ସାରା ରାଜ୍ୟରେ ୧୨୪ ଗୋଟି ନୂତନ ବସଷ୍ଟାଣ୍ଡ୍ର ଭିତ୍ତିପ୍ରସ୍ତର ସ୍ଥାପନ ।
ଅନୁଗୋଳ,ତା, ୨୩,୦୮: ଆଜି ଅପରାହ୍ନରେ ଆଭାସି ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମ ବସଷ୍ଟାଣ୍ଡ୍ ଯୋଜନା ମାଧ୍ୟମରେ ରାଜ୍ୟରେ ୨୪ଗୋଟି ଜିଲ୍ଲାରେ ମୋଟ ୧୨୪ଗୋଟି ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡ୍ର ଭିଭିପ୍ରସ୍ତର ସ୍ଥାପନ କରିବା ସହ ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତାବିତ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ୫୫ ଗୋଟି ବସଷ୍ଟାଣ୍ଡ୍ ମଧ୍ୟରୁ ୧୩ଟି ଜିଲ୍ଲାର ମୋଟ ୨୧ ଗୋଟି ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡ୍ର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ “ମୋ ପରିବହନ ସେବା”, ମୋବାଇଲ ଆପ୍ , ଡ୍ରାଇଭରମାନଂକ ତାଲିମ ନିମନ୍ତେ ଗଞ୍ଜାମ ଜିଲ୍ଲାର ପାଲୁର ଠାରେ ଅବସ୍ଥିତ ‘ସୁବାହକ ପ୍ରଶିକ୍ଷଣ କେନ୍ଦ୍ର’ର ଶୁଭ ଉଦଘାଟନ କରିଥିଲେ । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ବର୍ଷକୁ ୫୦ ହଜାର ଡ୍ରାଇଭରଙ୍କୁ ଯାତ୍ରୀମାନଂକ ସୁରକ୍ଷା ଉପରେ ଉନ୍ନତମାନର ତାଲିମ ପ୍ରଦାନ କରାଯିବ । ଯୋଗାଯୋଗ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ପ୍ରତ୍ୟେକ ବ୍ଲକରେ ନୂତନ ବସଷ୍ଟାଣ୍ଡର ସ୍ଥାପନ ଦ୍ବାରା ଓଡିଶାର ଜନସାଧାରଣ ବହୁଳ ଭାବରେ ଉପକୃତ ହୋଇପାରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ,ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା, 51 ସଚିବ ଶ୍ରୀ ଭି କେ ପାଣ୍ଡିଆନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀଗଣ, ପ୍ରତ୍ୟେକ ଜିଲ୍ଲାରୁ ଆଭାସି ମାଧ୍ୟମରେ ଯୋଡି ହୋଇଥିବା ମାନ୍ୟବର ବିଧାୟକଗଣ ଏବଂ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶୁଭ ଅବସରରେ ମାନ୍ୟବର ବିଧାୟକ ଆଠମଲ୍ଲିକ ଶ୍ରୀ ରମେଶ ଚନ୍ଦ୍ର ସାଏ ଓ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନୁଗୋଳ ଜିଲ୍ଲାର କିଶୋରନଗର ଠାରେ ୨.୫୪ ଏକର ପରିମିତ ସ୍ଥାନରେ ଓ ବଇଣ୍ଡା ଠାରେ ୩.୯୫ ଏକର ପରିମିତ ସ୍ଥାନରେ ନିର୍ମିତ ଅତ୍ୟାଧୁନିକ ବସଷ୍ଟାଣ୍ଡ୍ର ନାମ ଫଳକ ସ୍ଥାନୀୟ ଓସନ ହଲ ଠାରେ ଉନ୍ମୋଚନ କରିଥିଲେ । ଏହି ଆଭାସି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ପରିବହନ ବିଭାଗର ଉତ୍ତର କେନ୍ଦ୍ରାଞ୍ଚଳ ଡେପୁଟି କମିଶନର ଶ୍ରୀ ସମିର କୁମାର ଦଳାଇ, ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିଖୁଳ କୁମାର ପଟ୍ଟନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।