ନୂତନ ଭତ୍ତା ବଣ୍ଟନ

ନୂତନ ଭତ୍ତା ବଣ୍ଟନ

ବିଷୟ ____ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଲକୁଡି ପଞ୍ଚାୟତର ବିଜୁ କଲ୍ୟାଣ ମଣ୍ଡପ ଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ୪୭୯ ଜଣ ହିତାଧିକାରୀଙ୍କୁ ଏକ ମାସର ଲେଖା ଭତ୍ତା ବଣ୍ଟନ କରିଛନ୍ତି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ,ନିନାରାଣୀ ସାମଲ, ପୃର୍ବତନ ସମିତି ଉପାଧ୍ୟକ୍ଷ ରଞନ ପୃଷ୍ଠି,ବରିଷ୍ଠ ସମିତି ସଭ୍ୟ ଧୀରେନ୍ଦ୍ର ମଲ୍ଲିକ, ଅର୍ଚ୍ଚନା ଦାସ, ଚିତ୍ତରଞ୍ଜନ ନାୟକ, ଲିପିକା ମଲ୍ଲିକ, ମନ୍ଦାକିନୀ ଦାସ, ଶୁଭଶ୍ରୀ ମଲ୍ଲିକ, ଗୀତାଞ୍ଜଳି ସେଠୀ,ପ୍ରଶାନ୍ତ ନାୟକ,ବିରଜା ମଲ୍ଲିକ , ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।କୟା,କମାରଡୀହ,ଥାଲକୁଡି,ନିଜାମପୁର,ଦତ୍ତପୁର,,ଖାନନଗର,ପାଲଟପୁର ଆଦି ସାତଟି ପଞାୟତର ୪୭୯ ଜଣ ନୂତନ ହିତାଧିକାରୀଙ୍କୁ ଗୋଟିଏ ମାସର ଭତ୍ତା ମନ୍ତ୍ରୀ ବାଣ୍ଟିଥିଲେ। ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଦୀପକ କୁମାର ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update