Search
Close this search box.

ଭାରତୀୟ ଜୀବନ ବୀମା ନିଗମ ଢେଙ୍କାନାଳ ଶାଖାର ଅଭିକର୍ତ୍ତା ମହାସଂଘ ର ବୈଠକ

ଭାରତୀୟ ଜୀବନ ବୀମା ନିଗମ ଢେଙ୍କାନାଳ ଶାଖାର ଅଭିକର୍ତ୍ତା ମହାସଂଘ ର ବୈଠକ

ଢେଙ୍କାନାଳ ୨୫/୦୮: ଢେଙ୍କାନାଳ ସ୍ଥାନୀୟ ଦଧିବାମନ ମଠ ପରିସରରେ ଥିବା ଭାଗବତ ମଣ୍ଡପ ଠାରେ ଭାରତୀୟ ଜୀବନ ବୀମା ନିଗମ ଢେଙ୍କାନାଳ ଶାଖାର ଅଭିକର୍ତ୍ତା ମହାସଂଘର ୧୯୬୪ ତରଫରୁ ଆସନ୍ତା ୨୪/୦୯/୨୦୨୩ରେ ୩୦ତମ ବାର୍ଷିକ ଅଧିବେଶନ ସର୍ବଭାରତୀୟ ସ୍ତରର ପାଳନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ଶଙ୍କର୍ଷଣ ରଥଙ୍କ ସଭାପତିତ୍ବ ରେ ସଂଘର ବରିଷ୍ଠ ସଭ୍ୟ ଉଦୟନାଥ ମହାନ୍ତି ଜୋନାଲ କମିଟିର ଉପସଭାପତି ଭାବରେ ମନୋନୀତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଶତପଥୀ, ଉପସଭାପତି ଶ୍ରୀକାନ୍ତ କୁମାର ସାହୁ, ରମେଶ ଚନ୍ଦ୍ର ସାମଲ, କୋଷାଧ୍ୟକ୍ଷ ବୈକୁଣ୍ଠଚରଣ ସାହୁ, କାର୍ତ୍ତିକେଶ୍ବର ମହାରଣା, ଭଗବାନ ପଟ୍ଟନାୟକ,ନଗେନ ଚନ୍ଦ୍ର ଧଳ ଓ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Recent Post

Live Cricket Update

You May Like This

× How can I help you?