ଗୋପାଳପୁର ବିଧାୟକଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଅଟକ
ଗଣତନ୍ତ୍ର ଶାସନ ବ୍ୟବସ୍ଥାର ହତ୍ୟା.
ବ୍ରହ୍ମପୁର.. (ରୂପକ ମହାନ୍ତି )5ଟି ସଚିବ ଭି. କେ ପାଣ୍ଡିଆନ ଙ୍କ ତିନି ଦିନିଆ ଗଞ୍ଜାମ ଗ୍ରସ୍ତ
ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ
ବେଗୁନିଆ, ବ୍ରହ୍ମପୁରର ବେବେକ ବିହାର, ଓ କନିଷ ଅଞ୍ଚଳର ବାଲାଜୀ ବିଦ୍ୟାପୀଠରେ କାର୍ଯ୍ୟକ୍ରମ ରହିଥିଲା. ଏହି ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀ ଅନର୍ଗତ କନିଷ ଠାରେ ଥିବା ବାଲାଜୀ ବିଦ୍ୟାପୀଠରେ ହେବାକୁ ଥିବା ୫ଟି ସଚିବ ବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବା ସମୟରେ କିଛି ବିରୋଧୀ ଗୋଷ୍ଠୀ ଯୁବକ
ସଭାସ୍ଥଳକୁ ଯିବା ପାଇଁ ବାରଣ କରିବା ସହ
ବିଧାୟକଙ୍କୁ ତିନି ଘଣ୍ଟାରୁ ଉର୍ଦ୍ଧ ସମୟ ଅଟକ
ରଖିବା ସହ ତାଙ୍କ ଗାଡି ଉପରକୁ ଅଣ୍ଡା, ପଥର ଓ କାଳୀ ମାଡ଼ କରିଥିଲେ.ଏହି ସମୟରେ ବିଧାୟକଙ୍କ ସୁରକ୍ଷା ନିମନ୍ତେ
ପୋଲିସ ବିଧାୟକଙ୍କ ଗାଡିକୁ ସୁରକ୍ଷା ବଳୟ
ମଧ୍ୟରେ ରଖିଥିଲେ.ଜଣେ ଜନ ପ୍ରତିନିଧିଙ୍କୁ
ଅଟକ ରଖିବା କେତେ ଯୁକ୍ତି ଯୁକ୍ତ, ଏହା କଣ
ଗଣତନ୍ତ୍ରର ହତ୍ୟା ନୁହେଁ କି ବୋଲି ସାଧାରଣରେ ପ୍ରଶ୍ନ ବାଚିସୃଷ୍ଟି କରିଛି.