ଅନୁସୂଚିତ ଜାତି ପରିବାର ଉପରେ ଜ଼ିଲ୍ଲା ପ୍ରଶାସନର ଜୁଲୁମ | ପନ୍ଦର ଦିନ ମଧ୍ୟରେ ସମସ୍ୟା ସମାଧାନ କରାନଗଲେ ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟ କାଳ ଧାରଣା ଚେତାବନୀ

( ଅନୁସୂଚିତ ଜାତି ପରିବାର ଉପରେ ଜ଼ିଲ୍ଲା ପ୍ରଶାସନର ଜୁଲୁମ | ପନ୍ଦର ଦିନ ମଧ୍ୟରେ ସମସ୍ୟା ସମାଧାନ କରାନଗଲେ ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟ କାଳ ଧାରଣା ଚେତାବନୀ )

ଜଗତସିଂହପୁର
ତା =26/8/23
ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ପଞ୍ଚାୟତ ବାଖାରାବାଦ ୮ ନମ୍ବର ୱାର୍ଡ ରେ ୮ ଜଣ ଅନୁସୂଚିତ ଜାତି ସାମ୍ପ୍ରଦାୟ ଙ୍କୁ ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ବସୁନ୍ଧରା ଯୋଜନାରେ ପ୍ରତ୍ୟେକ ପରିବାରକୁ ଚାରି ଡିସମିଲି ଗୋଚର , ଅନାବାଦୀ ଜମି ପ୍ରଦାନ କରିବା ସହିତ ଇନ୍ଦିରା ଆବାସ ବାସଗୃହ ଯୋଗାଇଦେଇଛନ୍ତି |
ଦୀର୍ଘ ଦିନ ହେବ ସେହି ଜାଗା ଉପରେ ରେ ଘୁଷୁରିଆ ପରିବାର ବସତି ସ୍ଥାପନ କରିଛନ୍ତି | ଜ଼ିଲ୍ଲା ପ୍ରଶାସନ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଉକ୍ତ ସ୍ଥାନରେ ଇଡ଼ିକୋ କମ୍ପାନୀ ଜମି ଅଧିଗ୍ରହଣ କରି ୮ ଜଣ ଅନୁସୂଚିତ ଜାତି ପରିବାର ଙ୍କୁ ଉଛେଦ କରିବା ନିମନ୍ତେ କମ୍ପାନୀ କର୍ତ୍ତୃପକ୍ଷ ବାରମ୍ବାର ଧମକ ଦେଉଛନ୍ତି | ଏହାର ପ୍ରତିବାଦ ରେ ଅଲ ଓଡିଶା ଭୋଇ ସମାଜ ବିକାଶ ପରିଷଦ ସଭାପତି ଶଙ୍କର ଦାସ ଙ୍କ ନେତୃତ୍ୱ ରେ ଶତାଧିକ ଘୁଷୁରିଆ ପରିବାର ବାଲିକୁଦା ତହସିଲଦାର କାର୍ଯ୍ୟାଳୟ ଘେରାଉ କରିବା ସହିତ ପନ୍ଦର ଦିନ ମଧ୍ୟ୍ୟ ରେ ଘୁଷୁରିଆ ପରିବାର ଙ୍କ ସମସ୍ୟା ସମାଧାନ କରାନଗଲେ ଅନିର୍ଦିଷ୍ଟ କାଳ ପାଇଁ ବାଲିକୁଦା ତହସିଲଦାର କାର୍ଯ୍ୟାଳୟ ସମୁଖ ରେ ଧାରଣା ରେ ବସିବେ ବୋଲି ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରି ଚେତାବନୀ ଦେଇଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update