ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦରଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରାପଥପ୍ରାନ୍ତ ନାଟକ ମାଧ୍ଯମ ଦ୍ଵାରା ମିଲେଟ୍ ଉପରେ ସଚେତନତା

ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦରଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରାପଥପ୍ରାନ୍ତ ନାଟକ ମାଧ୍ଯମ ଦ୍ଵାରା ମିଲେଟ୍ ଉପରେ ସଚେତନତା

ଭବାନୀପାଟଣା ବ୍ଲକ୍ ଓ ଲାଞ୍ଜଗଡ଼ ବ୍ଲକ୍ ର ୫୦ ରୁ ଅଧିକ ଗ୍ରାମ ରେ ପଥପ୍ରାନ୍ତ ନାଟକ ଏବଂ ଖାଦ୍ୟ ପ୍ରସ୍ତୁତି ମାଧ୍ୟମ ରେ ମିଲେଟ୍ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛ। ଏହି କାର୍ଯ୍ୟକ୍ରମ ଦ୍ଵାରା ଲୋକମାନଙ୍କୁ ମିଲେଟ ରୁ ମିଳୁଥିବା ଫାଇଦା ଉପରେ ଜାଗରଣ କରାଯାଉଛି। କାରଣ ବର୍ତ୍ତମାନ ସମୟରେ ଆମର ଖାଇବା ରେ ମିଲେତ୍ ର ଅଭାବ ରୁ ନାନା ରୋଗ ର ସମ୍ମୁଖୀନ ହେବାକୁ ପଡୁଛି ଯେମିତି କି ମଧୁମେହ, ହୃଦ୍ ଘାତ୍, ଉଚ୍ଚ ରକ୍ତଚାପ, କ୍ୟାନସର ଆଦି। ମିଲ୍ଲେଟ କହିଲେ ଗୁରୁଜୀ, କୋଦ, ମାଣ୍ଡିଆ, ବାଜରା, ସୁଆ , ଯୋଆର ଆଦି ସାମିଲ ଅଟେ ଯେଉଁଥିରେ ପ୍ରୋଟିନ, କ୍ୟାଲସିୟମ୍, ପୋଟାସିୟମ, ଲୌହ, ମାଙ୍ଗାନିଜ ଏବଂ ଭିଟାମିନ ଜନିତ ପୋଷକ ତତ୍ତ୍ଵ ପ୍ରଚୁର ପରିମାଣ ରେ ଭରପୁର ହୋଇଥାଏ। ଏହା ଆମର ଶରୀରରେ ଗ୍ୟାସ, କଷ୍ଟିପାସନ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏଥିରେ ଲୌହ ର ପରିମାଣ ଅଧିକ ଥିବାରୁ ଏହା ରକ୍ତହୀନତା କୁ ମଧ୍ୟ ରିକୋବାରେ ସାହାଯ୍ୟ କରିଥାଏ। ବାଜରା ଏବଂ ମାଣ୍ଡିଆ ଖାଇବା ଦ୍ବାରା ଆମର ହାଡ ସୁସ୍ଥ ଓ ମଜବୁତ୍ ହୋଇଥାଏ। ତେଣୁ ମିଲ୍ଲେଟ୍ ଜାତୀୟ ଖାଦ୍ୟ ଖାଇବା ସହିତ ଏହାର ଚାଷ କରିବା ପାଇଁ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ରେ ଏପରି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ମାନେ ଉତ୍ସାହିତ କରିବା ସହିତ ନିଜର ସମର୍ଥନ ଜଣାଇଥିଲେ।ଏହି କାର୍ଯ୍ୟକ୍ରମ କୁ ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନର ଜିଲ୍ଲା ସଂଯୋଜକ ବର୍ଷାରାଣୀ ଦାଶ ସମେତ ମମତା ର ସମସ୍ତ କର୍ମ କର୍ତ୍ତା ମାନେ ସଞ୍ଚାଳନ କରିଥିଲେ।

କଳାହାଣ୍ଡି ଜିଲ୍ଲାରୁ ତିରୁପତି ପାତ୍ରଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋଟ

Recent Post

Live Cricket Update

You May Like This