ଧରଣୀଧର ବିଶ୍ବବିଦ୍ୟାଳୟ ରେ ପ୍ରେସ୍ ମିଟ୍ ଅନୁଷ୍ଠିତ

ଧରଣୀଧର ବିଶ୍ବବିଦ୍ୟାଳୟ ରେ ପ୍ରେସ୍ ମିଟ୍ ଅନୁଷ୍ଠିତ

ସରକାର କେନ୍ଦୁଝର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଧରଣୀଧର ବିଶ୍ଵବିଦ୍ୟାଳୟ ଘୋଷଣା କରିବା ପରେ ଆବଶ୍ୟକ ଅଧ୍ୟାପକଙ୍କ ନିଯୁକ୍ତି, ଶ୍ରେଣୀଗୃହ, ଲାବୋରୋଟାରୀ , ହଷ୍ଟେଲ୍ ଅଭାବ ପୂରଣ ଦିଗରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ଯାନ ଦେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଶ୍ଵବିଦ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ । ୫ ହଜାର ଛାତ୍ରଛାତ୍ରୀଙ୍କ ବଦଳରେ ଏଠାରେ ମାତ୍ର ୧୩୫୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ୍ ସୁବିଧା ରହିଛି । ଏଠାରେ ୧୭ଟି PG ପାଠ୍ୟକ୍ରମ ସହ , ୩ଟି Self Financing ପାଠ୍ୟକ୍ରମ ଚାଲିଥିବା ସେ କହିଛନ୍ତି । ଏଥିପାଇଁ ୨ ଶହ ଜଣେ ଅଧ୍ୟାପକଙ୍କର ଆବଶ୍ୟକତା ଥିବା ବେଳେ, ନିୟୋଜିତ ଅଛନ୍ତି ମାତ୍ର ୭୮ ଜଣ ଅଧ୍ୟାପକ । ଧରଣୀଧର ବିଶ୍ଵବିଦ୍ୟାଳୟରେ ଜିଲ୍ଲାର ୩୮ଟି କଲେଜ ସାମିଲ୍ ହୋଇଥିବା ବେଳେ, ଅତିଶୀଘ୍ର ଏହିସବୁ ସମସ୍ୟା ସମାଧାନ କରିବାକୁ ସରକାରଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି ।

କେନ୍ଦୁଝର ଜିଲ୍ଲାରୁ ରଞ୍ଜନ ବେହେରାଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

You May Like This