ଜିଲ୍ଲା ସରପଞ୍ଚ ମହାସଂଘ ନିର୍ବାଚନ, ଅମିତଜ୍ୟୋତି ସଭାପତି,ଜିତେନ୍ଦ୍ର କୁମାର ବେହେରା ସମ୍ପାଦକ
ଢେଙ୍କାନାଳ, ତା -27/08/2023 ଆଜି ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ଠାରେ ଜିଲ୍ଲା ସରପଞ୍ଚ ମହାସଂଘ ର ସାଧାରଣ ପରିଷଦ ବୈଠକ ଓ କାର୍ଯ୍ୟକାରେଣୀ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ! ସଂଘର ନାମ ନିଖିଳ ଉତ୍କଳ ସରପଞ୍ଚ କଲ୍ୟାଣ ପରିଷଦ ନାମରେ ପଞ୍ଜିକୃତ କରିବା ପାଇଁ ପ୍ରସ୍ତାବ ଗୃହୀତ ହେଲା ! ଉକ୍ତ ସାଧାରଣ ପରିଷଦ ବୈଠକରେ ସର୍ବ ସମ୍ମତି କ୍ରମେ ଅମିତଜ୍ୟୋତି ସ୍ୱାଇଁ ସଭାପତି,
ଜିତେନ୍ଦ୍ର କୁମାର ବେହେରା ସମ୍ପାଦକ,
ଅଭିମନ୍ୟୁ ବେହେରା କୋଷାଧକ୍ଷ୍ୟ,
ଯତ୍ତି ନାୟକ ସହ କୋଷାଧକ୍ଷ
ଜ୍ଞାନ ରଂହନ ଦାସ, ବିଜେନ୍ଦ୍ର ସହୂ, ଧରିତ୍ରୀ ମଲ୍ଲିକ ଉପସଭାପତି
କାର୍ଯ୍ୟକାରୀ ସଭାପତି ଭାବେ ସନ୍ଧ୍ୟା ରାଣୀ ଷେଣ୍ଢ
ଉପଦେଷ୍ଟା ଭାବେ ଶିଶିର କାନ୍ତ ବେହେରା, ଅଜିତ ସିଂ, ଉଦୟନାଥ ଲେଙ୍କା ,ଅଜିତସିଂ,ଭାବେ ନିର୍ବାଚିତ ହୋଇଥିଲେ ! ନୂତନ କାର୍ଯ୍ୟକାରେଣୀ ସଦସ୍ୟ /ସଦସ୍ୟା ମାନଙ୍କୁ ବରିଷ୍ଠ ସରପଞ୍ଚ ତଥା ଉପଦେଷ୍ଟା ଶ୍ରୀ ଶିଶିର କାନ୍ତ ବେହେରା ଶପଥ ପାଠ କରାଇଥିଲେ ! ବୈଠକରେ ପଂଚାୟତ୍ତିରାଜ ଵିଧି ବ୍ୟବସ୍ଥାରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଦସ୍ୟମାନେ ଆଲୋଚନା କରିବା ସହିତ ଏକ ବାର ଦଫା ଦାବୀ ସମିଳିତ ଦାବିପତ୍ର ସରକାରଙ୍କ ଉଦେଶ୍ୟରେ ପ୍ରଦାନ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା ! ଅପତାକାଳୀନ ପରିସ୍ଥିତିରେ ସଂଘ ଜନସାଧାରଣଙ୍କ ସୁଖ ଦୁଃଖରେ ଛିଡା ହେବା ସହିତ ବନ୍ୟା, ବାତ୍ୟା ଓ ମହାମାରୀ ମୁକାବିଲା ନିମିତ୍ତ ଏକ ନିଜସ୍ୱ ପାଣ୍ଠି ଗଠନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଗଲା ! ଉତ୍କୃଷ୍ଟ ସାମାଜିକ ସେବା ରେ ଜଡିତ ବିଶିଷ୍ଟ ସମାଜସେବୀମାନଙ୍କୁ ସଂଘ ତାର ସାଧାରଣ ପରିଷଦ ବୈଠକରେ ସମ୍ମାନିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା ! ଉକ୍ତ ବୈଠକରେ ସର୍ବଶ୍ରୀ କମଳିନୀ ଦାସ, ନର୍ମଦା ସେଠି, ତପନ କୁମାର ପତ୍ର, ଲୀନା ଦାସ, ସ୍ଵାଗତିକା ନାୟକ, ରାଜେନ୍ଦ୍ର ମାଲିକ ଝିଲି ବେହେରା, ସସ୍ମିତା କୁମାରୀ ସାହୁ, ପ୍ରିୟମ୍ବଦା ନାୟକ, ନିରୁପମା ହାତୀ, କଳ୍ପନା ରାଜ ମାନିନୀ ସାହୁ ସନ୍ତୋଷ ମହାପାତ୍ର ଦିପ୍ତିମୟୀ ସାହୁ ଙ୍କ ସମେତ ପାଖାପାଖି ଦୁଇ ଶହ ସରପଞ୍ଚ ଯୋଗ ଦେଇଥିଲେ !