5 ଟି ସଚିବଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି

5 ଟି ସଚିବଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି

ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଅରେଇର ପ୍ରସିଦ୍ଧ ପୀଠ ବାବା ବରୁଣେଶ୍ଵରଙ୍କ ପୀଠକୁ ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ସଚିବ ଭିକେ ପାଣ୍ଡିଆନ ଆସିବେ ।ଏହି ଗସ୍ତ ପୂର୍ବରୁ ବିଂଝାରପୁର ବ୍ଳକ ରେ ପ୍ରଶାସନିକ ପ୍ରସ୍ତୁତି ଜୋର ଧରିଛି।୩୧ ଅପରାହ୍ନ ୨ଟା ସମୟରେ ଆକାଶ ମାର୍ଗରେ ଅରେଇର ପ୍ରସିଦ୍ଧ ଶୈବପୀଠ ବାବା ବରୁଣେଶ୍ଵରରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହିତ ମହିଳା ମାନଙ୍କ ସୂୟ ସହାୟକ ଗୋଷ୍ଠୀ କୁ ଭେଟି ସମ୍ବୋଧିତ କରିବେ । ଏଥିପାଇଁ ମନ୍ଦିର ପରିସରରେ ଥିବା ପୁଷ୍କରିଣୀ ଗାଡିଆକୁ ସଫା କରାଯିବା ସହ ମନ୍ଦିର ଓ କଲ୍ୟାଣ ମଣ୍ଡପ କୁ ସୁ ସଂଜିତ କରାଯାଉଛି। ବିଡ଼ିଓ ଦିବ୍ୟନ୍ଦୁ ଦାସ, ତହସିଲଦାର କୈଳାସ ମହାଳିକ, ଅତିରିକ୍ତ ତହସିଲଦାର ଠାକୁର ଦାସ,ଆର ଆଣ୍ଡବି ଅଧିକାରୀ, ବିଂଝାରପୁର ଥାନାଧିକାରୀ ଶଙ୍କର୍ଷଣ ଦଳାଇ, ସଭାସ୍ଥଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ହେଲିପ୍ୟାଡ ସ୍ଥାନ ନିରୁପଣ କରିଛନ୍ତି। ବରିଷ୍ଠ ସମାଜସେବୀ ପରୋପକାରୀ ରବିନ୍ଦ୍ର କୁମାର ପରିଡ଼ା, ବରୁଣେଶ୍ଵର ଉନ୍ନୟନ କମିଟି ସଭାପତି ହେମେନ୍ଦ୍ର ସାମଲ ,ଘଣ୍ଡିଆଳି ସରପଞ,ସୟଦପୁର ସରପଞ ସେକ ମହମ୍ମଦ ସବିର,ଚିକଣା ସରପଞ୍ଚ, ଯୁବନେତା ଜିତେନ୍ଦ୍ର ପ୍ରଧାନ, ରଞ୍ଜନ କୁମାର ଧଳ,ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସେକ ଏରସାଦ, ପୃର୍ବତନ ବ୍ଳକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ,ଓ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରମୁଖ ୫ ଟି ସଚିବଙ୍କ ଗସ୍ତକୁ ସଫଳ କରିବା ପାଇଁ ଲାଗି ପଡିଛନ୍ତି।

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This