୫୫ନଂ ଜାତୀୟ ରାଜପଥରେ ହାତୀ ଚଲାପଥ ସୁଡଙ୍ଗ ନକରାଯିବା ପାଇଁ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଜିଲ୍ଲାପାଳଙ୍କୁ ଆବେଦନ
ଢେଙ୍କାନାଳ, ୨୮/୮: ୫୫ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଗୁଣଦେଇ ଗ୍ରାମ ପଂଚାୟତ ସରହଦରେ ଯାଇଥିବା ପ୍ରଶସ୍ତିକରଣ କରାଯାଉ, କିନ୍ତୁ ଜାତୀୟ ରାଜପଥରେ ସୁଡଙ୍ଗ କରାନଯାଉ । ଅଂଚଳବାସୀଙ୍କର ଧନଜୀବନ, ଜୀବିକାର ସୁରକ୍ଷାକୁ ଦୃଷ୍ଟି ଦେଇ ୨୦୨୦ ମସିହାରୁ ପ୍ରଶାସନ ଏବଂ ସରକାରଙ୍କୁ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ନିବେଦନ କରିଆସୁଛନ୍ତି। ଏହାକୁ ନକରାଯିବା ପାଇଁ କେନ୍ଦ୍ର ମନ୍ତ୍ରୀ, ସାଂସଦ, ଅତିରିକ୍ତ ମୁଖ୍ୟ ସଚିବ (ବନବିଭାଗ), ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଓ ବ୍ଲକ୍ ଅଧ୍ୟକ୍ଷଙ୍କୁ ନିବେଦନ କରିଆସିଛନ୍ତି। ସମସ୍ତଙ୍କର ମତ ରାସ୍ତା କାମ ହେଉ, ସୁଡଙ୍ଗ ନିର୍ମାଣ କରାନଯାଉ । ଅଂଚଳବାସୀଙ୍କର ସୁରକ୍ଷା ଏବଂ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବାରେ, ଅସମ୍ମାନ କରିବାରେ କେବେ ମତ ରଖୁବି ନାହିଁ ବୋଲି କହିଥିଲେ । ପ୍ରକାଶ ଯେ, ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଣଦେଇ ଗ୍ରାମପଂଚାୟତର ୪ କି.ମି. ବ୍ୟବଧାନରେ ୨ଟି ସୁଡଙ୍ଗ ନିର୍ମାଣ କାର୍ଯ୍ୟ ହୋଇଗଲାଣି । ଏହା ତୁରନ୍ତ ବିଚାର କରି ସୁଡଙ୍ଗ ତିଆରି କରିବାରୁ ନିବୃତ ରୁହନ୍ତୁ ବୋଲି କହିଛନ୍ତି । ୨୦୧୭ ମସିହାରେ ବନ ବିଭାଗ ଦ୍ବାରା କରାଯାଇଥିବା ଜି.ପି.ଏସ୍. ଟ୍ରାକିଙ୍ଗ୍ର ରିପୋର୍ଟକୁ ୨୦୨୩-୨୪ରେ କାର୍ଯ୍ୟକାରୀ କରାନଯାଉ। ଲୋକମାନଙ୍କ ବିକାଶ ପ୍ରତି ସରକାର ଅର୍ଥ ଖର୍ଚ୍ଚ କରି ଗଇଲୋ ବସ୍ ଷ୍ଟାଣ୍ଡରେ ଶିଶୁ ପାର୍କ, ଜଳଯୋଗାଣ ଟାଓ୍ବାର, ସାପ୍ତାହିକ ହାଟ ପ୍ରଭୃତି ନିର୍ମାଣ ହୋଇଛି । ୫୦ ରୁ ଅଧିକ ଭୂମିହୀନ ଲୋକଙ୍କୁ ସରକାର ଚିହ୍ନଟ କରି ବସବାସର ଗୃହ ନିର୍ମାଣ ନିମନ୍ତେ ଜମି ପଟ୍ଟା ପ୍ରଦାନ କରାଯାଇଛି । ସୁଡଙ୍ଗ ନିର୍ମାଣ ଦ୍ବାରା ସରକାରଙ୍କର ଏ ସବୁ ବିକାଶମୂଳକ କାର୍ଯ୍ୟ ଜନହୀତରେ ଆସିବ ନାହିଁ । ଜନସାଧାରଣ ଏବଂ ଜନପ୍ରତିନିଧିମାନେ ଏହି ସୁଡଙ୍ଗ ନିର୍ମାଣକୁ ଚାହୁଁ ନଥିବାରୁ ଏହା ବନ୍ଦ କରାଯିବା ନିତ୍ୟାନ୍ତ ଜରୁରୀ । ବନଖଣ୍ଡ ଅଧିକାରୀ, ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ଗୁଣଦେଇ ଗ୍ରାମପଂଚାୟତ ସରହଦର ୫୫ନଂ ଜାତୀୟ ରାଜପଥରେ ହାତୀ ଚଲାପଥ ସୁଢଙ୍ଗ ନିର୍ମାଣ ନକରିବା ପାଇଁ ଶ୍ରୀମତୀ ନାୟକଙ୍କ ପକ୍ଷରୁ ଅଂଚଳବାସୀ ଜିଲ୍ଲାପାଳଙ୍କୁ ଭେଟି ଉକ୍ତ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି