ଶ୍ରାବଣ ମାସର ଶେଷ ସୋମବାରରେ ଶୈବାଳୟ ରେ କାଉଡ଼ିଆ ଓ ସହସ୍ର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ

ଶ୍ରାବଣ ମାସର ଶେଷ ସୋମବାରରେ ଶୈବାଳୟ ରେ କାଉଡ଼ିଆ ଓ ସହସ୍ର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ।

ଶ୍ରାବଣ ମାସର ଶେଷ ସୋମବାରରେ ସୈବାଳୟ ମାନଙ୍କରେ ଦେବ ଦେବ ମହାଦେବ ଙ୍କୁ ଜଳ ଚଢ଼େଇବା ପାଇଁ ସହସ୍ର ସଂଖ୍ୟାରେ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସେରଣ୍ଡା ଗ୍ରାମ ପଂଚାୟତ ରାଇକା ସୋୟାବାଲି ଗ୍ରାମ ରେ ମନମୁଗ୍ଧକର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ଦେବାଧିଦେବ ମହାଦେବ ବାବା ଯଟେଶ୍ୱର ଙ୍କ ଶିବମନ୍ଦିର ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି, ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ଆଗମନରେ ଏକ ପ୍ରକାର ଉତ୍ସବମୁଖର ହୋଇଉଠିଛି ଏହି ସୈବାଳୟ। ଭକ୍ତ ଏବଂ କାଉଡ଼ିଆ ଓ ଶ୍ରଦ୍ଧାଳୁମାନେ ଏଠାକୁ ଆସି ଆଜିର ଦିନରେ ପୂଜାର୍ଚ୍ଚନା ଓ ଜଳ ଚଢାଇ ଦେବାଧିଦେଵ ମହାଦେବଙ୍କ ସାନିଧ୍ୟ ଲାଭ କରନ୍ତି।ବଡ଼ବିଲ ସହର ଠାରୁ ମାତ୍ର ସାତ ରୁ ଆଠ କିମି ଦୂର ଜଙ୍ଗଲ ପାହାଡ଼ ରେ ପରିବେଷ୍ଟିତ ଓ କୁଳୁ କୁଳୁ ଝରଣା ପ୍ରବାହିତ ହେଉଥିବା ମନମୁଗ୍ଧକର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ବାବା ଯଟେଶ୍ୱର ବିରାଜମାନ, ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁହ ଛୁଟିଥାଏ ଏହି ସୈବାଳୟକୁ ସ୍ୱଚ୍ଛ ନିର୍ମଳ ପରିବେଶ ରେ ଆନନ୍ଦ ର ଲାଭ ଉଠାଇ ଥାଆନ୍ତି ଭକ୍ତ ମାନେ, କିନ୍ତୁ ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହି ଯାଇଥିବା ସୈବାଳୟକୁ ଯଦି ଆଞ୍ଚଳିକ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଏବଂ ଗମନାଗମନ ପାଇଁ ରାସ୍ତାର ସୁବ୍ୟବସ୍ଥା କରାଯାଇ ପାରନ୍ତା ଏହା କେନ୍ଦୁଝର ଜିଲ୍ଲାର ଅନ୍ୟତମ ପ୍ରଯ୍ୟଟନ ସ୍ଥଳୀ ଓ ସୈବାଳୟ ଭାବେ ପରିଗଣିତ ହେଇ ପାରିବ ଏଥିରେ କୌଣସି ପ୍ରକାରର ଦ୍ଵିମତ ନାହିଁ ।

କେନ୍ଦୁଝର ବଡ଼ବିଲରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ l

Recent Post

Live Cricket Update