ମନରେଗା ଶ୍ରମିକମାନେ କାମ କରି ପଇସା ପାଇନଥିବା ଅଭିଯୋଗ
ଢେଙ୍କାନାଳ, ୨୮/୮: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ର ନାଗିଆପଶି ଗ୍ରାମର ଚିନ୍ମୟ ସେଠି, କବି ଦାସ, ପବିତ୍ର ଦାସ, ପ୍ରମିସ୍ ମହାନ୍ତି, କାଳନ୍ଦୀ ପ୍ରଧାନ, ଗଣେଶ୍ଵର ସାମଲ, ବିନୋଦ ସେଠୀ ପ୍ରମୁଖ ମନରେଗା ଶ୍ରମିକମାନେ କାମ କରି ପଇସା ପାଇନଥିବା କାରଣରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜନ ଶୁଣାଣି ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ନାଗିଆପଶି ଗ୍ରାମର ଟେଟେଇଟାଙ୍ଗର ଠାରେ ମୃତିକା ସଂରକ୍ଷଣ ବିଭାଗ ଦ୍ବାରା ହୋଇଥିବା କାଜୁ ଫ୍ଲାଟେସନ୍ ଷ୍ଟାର୍କ କୋଡ୍ – ୨୪୦୭୦୦୩/ଡି.ପି.|୧୦୬୦୬୪୮୫ ତିନି ହେକ୍ଟର ଦେବୋତର ଜମିରେ ପ୍ରଶାସନଙ୍କ ଅନୁମତି ଓ ଜଣାନ୍ତରେ ନିଜେ ବାଡ, ସାର ଓ ଖୁସାକୋଡା କରି ୭ଜଣ ଶ୍ରମିକ ନିଜର ପାରିଶ୍ରମ ଦେଇଥିଲେ । କିନ୍ତୁ ସେଠିକାର ପି.ଆଇ.ଏ. ପ୍ରାଣବନ୍ଧୁ ସେଠି ଓ ତାଙ୍କ ସହକର୍ମୀ ସେମାନଙ୍କୁ ନେଇ ତିନି ମାସ ତଳେ କାମ କରାଇଥିଲେ ଓ ପ୍ରତିଶୃତି ଦେଇଥିଲେ ଯେ, ଅତିଶୀଘ୍ର ବିଲ୍ ହେବ ମୁଁ ତୁମ ମାନଙ୍କର ପାରିଶ୍ରମ ବାବଦକୁ ଟଙ୍କା ଦେଇଦେବି । କିନ୍ତୁ ଆଜକୁ ୨ ବର୍ଷ ହେଲାଣି ଟଙ୍କା ପାଇନଥିବା କହିଛନ୍ତି । ପଂଚାୟତର ଜି.ଆର୍.ଏସ୍. ପଣ୍ଡା ବାବୁ କହିଲେ ଯେ, ଏହି ବାବଦକୁ ବିଲ୍ ହୋଇ ଟଙ୍କା ଉଠାସରିଛି । ମୋଟ ଉପରେ ଟ.୯୭,୯୫୦ଙ୍କା ସୃଷ୍ଟି ନାଁରେ ବିଲ୍ କରି ଖର୍ଚ୍ଚ ହୋଇସାରିଛି ଏବଂ ଅନ୍ୟ ବାକି ଟଙ୍କା ମଧ୍ଯ ଉଠାଯାଇସାରିଛି। ଏଥ୍ ନିମନ୍ତେ ମୃତିକା ସଂରକ୍ଷଣ ବିଭାଗର ପି.ଡିଙ୍କୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଏହି ଟଙ୍କା ପାଇବା ପାଇଁ ଶ୍ରମିକମାନେ ଜନଶୁଣାଣିରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇଛନ୍ତି ।