ଭାରତର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭର୍ଚୁଆଲ ମିଟିଂ

ଭାରତର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭର୍ଚୁଆଲ ମିଟିଂ ଜାତୀୟ କାର୍ଯ୍ୟକାରିଣୀର ଆବାହକ ଓମ୍ ପ୍ରକାଶ ଙ୍କ ନିର୍ଦ୍ଦେଶନାରେ ଅଗଷ୍ଟ ମାସ ସତେଇଶିତାରିଖ ରାତି ନଅଟା ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ସଂଯୋଜକ ହରିହର ସାହୁ, ଓ ଈଶ୍ୱର ଚନ୍ଦ୍ର ନାୟକଙ୍କ ସହିତ ଓଡ଼ିଶାରୁ ପ୍ରାୟ ଦଶଜଣ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଚଳିତବର୍ଷ ପାଇବାକୁ ଥିବା ପଚାଶ ଜଣ ଭାରତବର୍ଷ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ କରାଯାଇଥିଲା। ଏଥିସହିତ ଗୁଣାତ୍ମକ ଶିକ୍ଷାଦାନ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ବିଶେଷ କରି ଜାତୀୟ ପୁରସ୍କାର ପ୍ରାପ୍ତ ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିକ୍ଷା ଅନୁଷ୍ଠାନ ରେ ବିଭିନ୍ନ କାର୍ଯ୍ୟ କ୍ରମରେ ସାମିଲ୍ କରିବା‌ ପାଇଁ ସରକାରଙ୍କ ସଦୟଦ୍ରୁଷ୍ଟି ଆକର୍ଷଣ କରାଯାଇଥିଲା

Recent Post

Live Cricket Update

You May Like This