ନେସ ର ୨୩ ତମ ପ୍ରତିଷ୍ଠା ଦିବସ ପାଳିତ

ନେସ ର ୨୩ ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୋଳ ଜିଲ୍ଲା ର ନବରତ୍ନ କାରଖାନା ନାଲକୋ ର ବୃହତ ଶ୍ରମିକ ସଂଗଠନ ନେସ୍ ଆଜି ୨୩ ବର୍ଷ ରେ ପଦାର୍ପଣ କରିଛି , ନାଲକୋ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଠାରେ ନେସ୍ ନିଜର ପ୍ରତିଷ୍ଠା ଦିବସ କୁ ବହୁ ଆଡମ୍ଭର ରେ ପାଳନ କରିଛି , ନେସ ଏକ ପଞ୍ଜିକୃତ ସଂଗଠନ ଭାବରେ ନାଲକୋ କର୍ମଚାରୀ ମାନଙ୍କ ହକ୍ ଓ ପ୍ରାପ୍ୟ ପାଇଁ ସଦା ସର୍ବଦା ଲଢ଼ି ଆସିଛି କିନ୍ତୁ ବିଡମ୍ବନା ର ବିଷୟ ହେଉଛି ଏବେ ନାଲକୋ ରେ କର୍ମଚାରୀ ମାନଙ୍କ ନିଯୁକ୍ତି , ପେ ରିଭିଯାନ ଦ୍ଵାରା ବନୋସ୍ ପ୍ରଦାନ ଆଦି ଦିଗରେ ପଛରେ ପଡି ଯାଇଥିବାରୁ ନେସ୍ ତରଫରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଛି , ଏହି ନେସ ସଙ୍ଗଠନ ଟି ୨୦୦୧ ମସିହା ଠାରୁ ଦିଲ୍ଲୀପ ମିଶ୍ର , ନିର୍ମଳ ସାମଲ ଙ୍କ ଭଳି ବହୁ ବ୍ୟକ୍ତି ବିଶେଷ ଙ୍କର ପ୍ରଚେଷ୍ଟା ଦ୍ଵାରା ପ୍ରତିଷ୍ଠିତ ହୋଇ ୨୩ ବର୍ଷ ହେବ ନିଜର ସଂଗଠନ କୁ ସୁଚାର ରୂପେ ନାଲକୋ କର୍ମଚାରୀ ଙ୍କ ପାଇଁ କାର୍ଯ୍ୟ କରି ଆସୁଛି , ଏହି ପ୍ରତିଷ୍ଠା ଦିବସ ରେ ମୁଖ୍ୟ ଅତିଥି ଭାବେ ଜୟପୁର ର ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ , ମୁଖ୍ୟ ବକ୍ତା ଭାବରେ ନାଲକୋ ର ନିର୍ବାହୀ ନିର୍ଦ୍ଦେଶକ ଅମୀୟ କୁମାର ସ୍ୱାଇଁ , ସଂମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ର କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ , ଅନୁଗୋଳ ଜିଲ୍ଲା ର କଂଗ୍ରେସ କମିଟି ସଭାପତି ସଂଗ୍ରାମ କେଶରୀ ମିଶ୍ର , ନାଲକୋ ର ଗୋଷ୍ଟି ସାଧାରଣ ପରିଚାଳକ ଅଶୋକ କୁମାର ଦାସ ଓ ଏସ ଶୁଭ୍ରମନ୍ୟମ ନେରାଲା, ଇଣ୍ଡିଆନ ନେସନାଲ ଟ୍ରେଟ ୟୁନିୟନ ର ସଭାପତି ଦିବମ୍ବର ଗଡ଼ନାୟକ , ସାଧାରଣ ସମ୍ପାଦକ ଏନ.ଇ.ଏଫ ପ୍ରଦୀପ କୁମାର ଦାସ ,ନାଲକୋ ଶ୍ରମିକ କଗ୍ରେସ ୟୁନିୟନ ର ସାଧାରଣ ସମ୍ପାଦକ ବିଭବ କୁମାର ଜେନା , ନେସ ର ସଭାପତି ନିର୍ମଳ କୁମାର ସାମଲ , ନେସ ର ସାଧାରଣ ସମ୍ପାଦକ ରଂଜିତ କୁମାର ସାହୁ ଙ୍କ ସହିତ ନାଲକୋ ର କର୍ମଚାରୀ ଦ୍ଵାରା ଗଢିଉଠିଥିବା ବିଭିନ୍ନ ଶ୍ରମିକ ସଂଗଠନ ର ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ | ବିଭିନ୍ନ ଶ୍ରମିକ ସଂଗଠନ ଗୁଡିକ ରେ ତଳ ସ୍ତରରୁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ କାର୍ଯ୍ୟ କଲେ ଶ୍ରମିକ ସଂଗଠନ ଗୁଡିକ ବୃଦ୍ଧି ପାଇବା ସହ ଆଗାମୀ ଦିନ ରେ ସଂଗଠନ ଗୁଡିକ ଦୃଢ଼ ହୋଇପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ,ସେହିପରି ନେସ୍ ତରଫରୁ ସ୍ଥାୟୀ ନିଯୁକ୍ତି ପ୍ରସଙ୍ଗକୁ ଏହି ପ୍ରତିଷ୍ଠା ଦିବସ ରେ ଅତି ଦୃଢ଼ତାର ସହ ଉତ୍ଥାପନ କରାଯାଇଥିଲା , ସେହିଭଳି ନିର୍ବାହୀ ନିର୍ଦ୍ଦେଶକ ନିଜର ବକ୍ତବ୍ୟରେ ନାଲକୋ ର ପ୍ରସାଶନ ଓ ସଂଗଠନ ଉଭୟ ପରିପୂରକ ବୋଲି ବିବେଚିତ କରିଥିଲେ ଓ ନାଲକୋ କୁ ଏକ ଲାଭଦାୟୀ କାରଖାନା ରୂପେ ଦର୍ଶାଇ ଥିଲେ ,ମୂଖ୍ୟ ଅତିଥି ଜୟପୁର ର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି ନାଲକୋ ର ପ୍ରତିଷ୍ଠାତା ତତ୍କାଳିନ ଇନ୍ଦିରା ସରକାର ଙ୍କ ପ୍ରସଂଶା କରିଥିଲେ , ନାଲକୋ ର ପ୍ରତିଷ୍ଠା ଦ୍ଵାରା ବହୁ ଲୋକ ନିଯୁକ୍ତି ସୁଯୋଗ ପାଇବା ସହ ଆଖ ପାଖ ଅଞ୍ଚଳ ରେ ଉନ୍ନତି ହୋଇଥିବା କଥା ମନେ ପକାଇଥିଲେ ।

Recent Post

Live Cricket Update