ଗଙ୍ଗେଇ ଓ ସମରଧରା ବୁଲାଣୀ ରାସ୍ତା କଡରୁ ରେଲିଂ ଚୋରି

ଗଙ୍ଗେଇ ଓ ସମରଧରା ବୁଲାଣୀ ରାସ୍ତା କଡରୁ ରେଲିଂ ଚୋରି

୨୯/୦୮/୨୦୨୩ ଅମ୍ବାଭୋନା, ବରଗଡ
ରାଜ୍ଯ ରାଜପଥ ବରଗଡ଼ ରୁ ଅମ୍ବାଭୋନା ଦେଇ ରୁଚିଦା ପର୍ୟ୍ଯନ୍ତ ଯାଇ ଛତିସଗଡ କୁ ସଂଯୋଗ କରୁଛି। ଜଂଗଲ ରାସ୍ତା ର ବିଭିନ୍ନ ସ୍ଥାନ ରେ ଲୋକଙ୍କ ସୁବିଧା ପାଇଁ ଲୁହା ରେଲିଂ ଲଗା ଯାଇଛି ।
ଏହା ଅନେକ ସମୟରେ ଦୁର୍ଘଟଣା ରୁ ଅନେକ ଲୋକ ଙ୍କୁ ବଞ୍ଚାଇ ଥିବା ର ନଜିର ମଧ୍ଯ ଅଛି କିନ୍ତୁ ବର୍ତ୍ତମାନ ଏହା ଅନେକ ସ୍ଥାନ ରେ ଚୋରି ହେଉ ଥିବା ର ଦେଖାଯାଉଛି। ମୁଖ୍ଯତଃ ଅମ୍ବାଭୋନା ନିକଟସ୍ଥ ଗଂଗେଇ ଠାରୁ ସମରଧରା ର ବିଭିନ୍ନ ସ୍ଥାନ ରେ ଚୋର, ମଦୁଆ, ଅସାମାଜିକ ବ୍ଯକ୍ତି ଙ୍କ ପ୍ରାଦୁର୍ଭାବ ବଢି ବଢି ଚାଲିଛି।ଏହାର ପ୍ରମାଣ ଆପଣ ରାସ୍ତା ରେ ଗଲେ ଦେଖି ପାରିବେ। ସାଧାରଣ ବୁଦ୍ଧିଜୀବୀ ମହଲରେ ଓ ଜନ ସାଧାରଣ ଙ୍କ ପାଇଁ ଏହା ଦୁଃଖ ର ବିଷୟ ଅଟେ। ସରକାର କୋଟି, କୋଟି ଟଙ୍କା ଖର୍ଚ୍ଚ କରି ଏହାକୁ ନିର୍ମାଣ କରୁଥିବା ବେଲେ ଏହା ଅତି ସହଜରେ ଚୋରୀ ହୋଇ ଯାଉଛି। ଏହା ଉପରେ ପ୍ରଶାସନ ତୁରନ୍ତ ସମାଧାନ କରିବା ପାଇଁ ଅନୁରୋଧ କରାଯାଉଛି। ପୋଲିସ ମଧ୍ଯ ଏଥି ପ୍ରତି ଦୃଷ୍ଟି ଦେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ବରଗଡ଼ ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

You May Like This