ସିଦ୍ଧ ବଳରାମଜୀଉଙ୍କର ଜନ୍ମ ଉତ୍ସବ ପାଳିତ

ସିଦ୍ଧ ବଳରାମଜୀଉଙ୍କର ଜନ୍ମ ଉତ୍ସବ ପାଳିତ।

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ସିଦ୍ଧ ବଳରାମଜୀଉଙ୍କର ଜନ୍ମ‌‌‌ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର,ବିଭିନ୍ନ ଫୁଲହାର, ତୁଳସୀ ହାର, ସୁନା ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା । ୧୦ ଟା ବେଳେ ଖେଚେଡ଼ି ଭୋଗ । ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଠାକୁରଙ୍କୁ ଆଳତି କରିଥିଲେ। ଓ ପରେ ପରେ ରାଜପରିବାର ପକ୍ଷରୁ ଠାକୁରଙ୍କୁ ଆଳତି ଓ ଚାମର ସେବା କରିଥିଲେ। ରାଜା କାମାକ୍ଷାପ୍ରସାଦ ସିଂଦେଓ ଓ ଯୁବରାଜ ଅମର ଜୈତି ସିଂହଦେଓ ଏବଂ ରାଣୀ ସାହେବ ଠାକୁରଙ୍କୁ ଆଳତି କରିଥିଲେ। ପୂଜକ ଭାଗୀରଥି ପଣ୍ଡା ରାଜା ସାହେବଙ୍କୁ ପଗଡ଼ି ବାନ୍ଧିଥିଲେ। ମଧ୍ୟାହ୍ନ ରେ ମଙ୍ଗଳାର୍ପଣ ପୂଜା ଓ ଜନ୍ମ ଉତ୍ସବ ପୂଜା, ଚକା ପୁଳି କାକରା ଅର୍ନ ଡାଲମା ଖଟା କ୍ଷୀରୀ ଖେଚେଡ଼ି ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟା ବେଳେ ଆଳତି ରାତ୍ରରେ ରାତ୍ର ଧୂପ ଓ ପହଡ଼ ପଡ଼ିବ। ପୂଜକ ଭାଗୀରଥି ପଣ୍ଡା, ପୂଜକ ମଳୟ କର, ପୂଜକ ଶ୍ରୀବତ୍ସ ମିଶ୍ର, ପୂଜକ ମନସୁମନ ମିଶ୍ର, ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା,ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ବଳରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥିଲା।

Recent Post

Live Cricket Update