( ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦ୍ୱିତୀୟ ବାର୍ଷିକ ରକ୍ଷା ବନ୍ଧନ ଉଛବ ଅନୁଷ୍ଠିତ )
ଜଗତସିଂହପୁର
ତା =30/8/23
ଜଗତସିଂହପୁର ପଞ୍ଚାୟତ ସମିତି ଅନ୍ତର୍ଗତ ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ସଭାଗୃହ ରେ ରକ୍ଷା ବନ୍ଧନ ଉଛବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ଚାରିଟେବୁଲ ଟ୍ରଷ୍ଟ ସଭାପତି ବିଶିଷ୍ଟ ସମାଜସେବୀ ଅକ୍ଷୟ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ଜଗତସିଂହପୁର ବିଧାୟକ ତଥା ବିଧାନସଭା ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି | ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ | ପଞ୍ଚାୟତ ର ମହିଳା ସରପଞ୍ଚ ମେନକା ବେହେରା | ସମିତି ସଭ୍ୟ ପ୍ରଡୁନ କୁମାର ମଲ୍ଲିକ | ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ସ୍ମୁତି ରଞ୍ଜନ ବେହେରା ପ୍ରମୁଖ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା | | ସଭ୍ୟ ଯାମିନୀ କାନ୍ତ ନନ୍ଦ | ସୁରଜ ବେହେରା | ସଂଗ୍ରାମ ମହାନ୍ତି ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ମାନ୍ୟଗଣ୍ୟ ବରିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ | ପଞ୍ଚାୟତ ର ସମସ୍ତ ମହିଳା ୱାର୍ଡ ମେମ୍ବର, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିବା ସାମ୍ବାଦିକ, ବରିଷ୍ଟ ନାଗରିକ ମାନଙ୍କୁ ଦୁବ, ଅରୁଆଚାଉଳ, ପୁଷ୍ପ ଚନ୍ଦନ,ଅର୍ପଣ କରି ସମସ୍ତ ଙ୍କ ହାତରେ ରାକ୍ଷୀ ବାନ୍ଧି ମିଷ୍ଟାନ ବଣ୍ଟନ କରିହିଲେ | ଅନୁଷ୍ଠାନ ପକ୍ଷରୁସମସ୍ତ ୱାର୍ଡ ମେମ୍ବର ମାନଙ୍କୁ ରାକ୍ଷୀ ପୁର୍ଣିମା ଉପଲକ୍ଷେ ବିଭିନ୍ନ ଆକର୍ଷଣୀୟ ଉପହାର ବଣ୍ଟନ କରାଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ