ସ୍ୱାୟତ୍ତ ଶାସନ ଦିବସ ୨୦୨୩ ପାଇଁ ବରପୁତ୍ର ପ୍ରତିମୂର୍ତ୍ତି ରେ ଆଲୋକରଣ
ଆସନ୍ତା କାଲି ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ଢେଙ୍କାନାଳ ପୈାରପାଳିକା ପକ୍ଷରୁ ବିଭିନ୍ନ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ରେ ଆଲୋକରଣ କରାଯାଇଛି। ବସଷ୍ଟାଣ୍ଡ ରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, କୋର୍ଟ ଛକରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି, ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ରେ ଥିବା ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡ଼ଃ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଓ ବିଭିନ୍ନ ବରପୁତ୍ରମାନଙ୍କ ରେ ଝଲସୁଛି ରଙ୍ଗବେରଙ୍ଗ ଆଲୋକ। ପୈାରନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କ ତତ୍ବାବଧାନରେ ଏହି ଆଲୋକିକରଣ ବ୍ୟବସ୍ଥା କରାଯାଇଛି।