( ସାଇଜ୍ଞାନ ପ୍ଲେ ସ୍କୁଲ ପକ୍ଷରୁ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ )
ଜଗତସିଂହପୁର
ତା =30/8/23
ସାମାଜିକ ମୂଲ୍ୟ ବୋଧ ନୈତିକ ପରମ୍ପରାକୁ ଉଜ୍ବିବିତ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜୟବଡ଼ ସ୍ଥିତ ସାଇ ଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀଙ୍କ ତତ୍ୱବାଧାନରେ ପ୍ଲେ ସ୍କୁଲର କୁନି କୁନି ପିଲାମାନଙ୍କୁ ନେଇ ସମାଜର ସୁରକ୍ଷା କବଚ ସାଜିଥିବା ପୋଲିସର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ପବିତ୍ର ରାକ୍ଷୀ ବାନ୍ଧି ଥିଲେ।କୁନି ପିଲାମାନେ ଡିଏସପି ବିରଞ୍ଚି ବାଗ, ସଦର ଥାନା ଅଧିକାରୀ ଗୋକୁଳ ରଂଜନ ଦାସ,ଏସ ଆଇ ରାଜେନ୍ଦ୍ର ଭୋଳ, ଚିନ୍ମୟ ପ୍ରକାଶ ପୃଷ୍ଟି, ଏଏସଆଇ ନୟନା ଲେଙ୍କା, ଅଜିତ ରାଉତ ପ୍ରମୁଖଙ୍କୁରାଖୀ ବାନ୍ଧି ମିଠା ଖୁଆଇଥିଲେ। କୁନି ପିଲାମାନଙ୍କୁ ଅଧ୍ୟକ୍ଷା ଶ୍ରୀମତୀ ଚୌଧୁରୀ ରାକ୍ଷୀ ବନ୍ଧନ ଓ ବଳଦେବ ଜୟନ୍ତୀ ର ତାପ୍ତର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମ କୁ ଆଧ୍ୟାପକ ଆଇଜାକ ମହାନ୍ତି , ପ୍ଲେ ସ୍କୁଲର ଶିକ୍ଷୟତ୍ରୀ ଲିଜା ବଳ, ଲିପ୍ସା ମହାନ୍ତି, ପ୍ରାଚୀ ପଟ୍ଟନାୟକ, ସୋନମ ପ୍ରିୟଦର୍ଶୀନି,ଖୁସୀ ପୋଥାଳ ସୁଚାରୁ ରୂପେ ପରିଚାଳନା ରେ ସହାୟତା କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ