ସମବାୟ ବ୍ୟାଙ୍କର ଏଟିଏମ ଉଦଘାଟିତ

ସମବାୟ ବ୍ୟାଙ୍କର ଏଟିଏମ ଉଦଘାଟିତ

ବଅଁରପାଳ,୩o.୮- ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ଵ୍ୟାଙ୍କ ଲିଃ ପକ୍ଷରୁ ବଅଁରପାଳ ଗଣେଶ ବଜାରରେ ଥିବା ବ୍ୟାଙ୍କର ସମ୍ପ୍ରସାରଣ ଶାଖା ଠାରେ ନୂତନ ଭାବେ ନିର୍ମିତ ଏକ ଏଟିଏମ କାଉଣ୍ଟର ଉଦଘାଟିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଉପବାଚସ୍ପତି ତଥା ବିଧାୟକ ରଜନୀକାନ୍ତ ସିଂହ ଯୋଗଦେଇ ଫଳକ ଉନ୍ମୋଚନ ସହ ରିବନ କାଟି କାଉଣ୍ଟରର ଶୁଭାରମ୍ଭ କରିଥିଲେ l ଆଖପାଖରେ ଏଟିଏମ ସୁବିଧା ନଥିବାରୁ ଵ୍ୟାଙ୍କର ଗ୍ରାହକ, ଅଞ୍ଚଳବାସୀ ଙ୍କ ସମେତ ବିଶେଷକରି ସ୍ଥାନୀୟ ବଜାରର ବ୍ୟବସାୟୀମାନେ ଏଥିରୁ ଉପକୃତ ହେବେ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ l ଗଣେଶ ବଜାର କମିଟି ପକ୍ଷରୁ ଵ୍ୟାଙ୍କର ଏଟିଏମ ସ୍ଥାପନ ନିଷ୍ପତିକୁ ପ୍ରଶଂସା କରାଯାଇଥିଲା l କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଥାନା ଅଧିକାରିଣୀ ନିରୁପମା ଜେନା, ବ୍ୟାଙ୍କର ବଅଁରପାଳ ଜୋନ ନିର୍ଦ୍ଦେଶିକା ଜୟନ୍ତୀ ମାଝୀ, ଅନୁଗୋଳ ଜୋନର ସରୋଜ ନାଏକ, ଡିଜିଏମ ପ୍ରଦୀପ କୁମାର ପରିଡା, ଏଜିଏମ ସୁଜିତ କୁମାର ନନ୍ଦ, ପରିଚାଳକ(ଆକାଉଣ୍ଟ) ବିନୋଦିନୀ ସିଂହ, ପରିଚାଳକ(ରିକୋଭରୀ) ଶଙ୍କର ମାଝୀ ପ୍ରମୁଖଙ୍କ ସମେତ ବହୁ ନିମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତ ଓ ଗଣେଶ ବଜାରର ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ l ବଅଁରପାଳ ସମବାୟ ବ୍ୟାଙ୍କର ପରିଚାଳକ ସଞ୍ଜିତ ମିଶ୍ରଙ୍କ ତତ୍ୱାବଧାନରେ ସମରେନ୍ଦ୍ର ସ୍ୱାଇଁ, ପତିତପାବନ ମାଝୀ, ଅଖିଲ ସାମଲ ଓ ଶ୍ରୀକାନ୍ତ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Recent Post

Live Cricket Update