ଜଗତସିଂହପୁର ରେ ଚର୍ଚ୍ଚା =ସ୍ୱାର୍ଥ ପାଇଁ ଉପାଧକ୍ଷ ଙ୍କ ସାମ୍ବାଦିକ ସମ୍ମିଳନୀ

(ଜଗତସିଂହପୁର ରେ ଚର୍ଚ୍ଚା =ସ୍ୱାର୍ଥ ପାଇଁ ଉପାଧକ୍ଷ ଙ୍କ ସାମ୍ବାଦିକ ସମ୍ମିଳନୀ )
ଜଗତସିଂହପୁର
ତା =31/8/23
ଜଗତସିଂହପୁର ପୌର ନିର୍ବାଚନ ରେ ଶାସକ ଦଳକୁ ପଛରେ ପକାଇ ଜଗତସିଂହପୁର ପୌର ପରିଷଦ ଦଖଲ କରିବା ଲକ୍ଷ୍ୟ ନେଇ କଂଗ୍ରେସ କୁ ବିଜେପି ସିଧା ସଳଖ ସମର୍ଥିନ କରିଥିଲା |କଂଗ୍ରେସ ପୌର ପରିଷଦ ଅଧକ୍ଷା ପଦବୀ ଅକ୍ତିଆର କଲା ଏବଂ ବିଜେପି ପ୍ରାଥୀ କୁ ସନ୍ତୁଷ୍ଟ କରିବାକୁ ଉପାଧକ୍ଷ ପଦବୀ ପ୍ରଦାନ କରିଥିଲା | କଂଗ୍ରେସ, ବିଜେପି ବୁଝାବଣାରେ ଜଗତସିଂହପୁର ପୌର ପରିଷଦ ର ସମସ୍ତ କାର୍ଯ୍ୟ ପରିଚାଳିତ ହେଉଥିଲା | ହେଲେ ଚଳିତ ସ୍ୱାୟତ୍ତ ଶାସନ ଦିବସ ରେ ଅତିଥି ଚୟନ କମିଟି କୁ ନେଇ ରାଜନୈତିକ ପଟ ପରିବର୍ତନ ଦେଖାଦେଇଛି | ଶାସକ ଦଳ ବିଧାୟକ ଙ୍କ ସୁପାରିଶ ରେ ମନ୍ତ୍ରୀ, ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ, ଭିଭାଗୀୟ ଅଧିକାରୀ ଯୋଗଦେଇଥିବା ବେଳେ ଉପାଧକ୍ଷ ଙ୍କ ସୁପାରିଶ ରେ ବିଜେପି ର ବିଧାୟକ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇନଥିବାରୁ ଉପାଧକ୍ଷ ନିଜ ସ୍ୱାର୍ଥ ପାଇଁ କ୍ଷେଭ ପ୍ରକାଶ କରି ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରି ପୌର ପ୍ରଶାସନ କୁ କଟୁ ସମାଲୋଚନା କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update