ଭାରତର ମହାନ ସନ୍ଥ ବିଜୟକୃଷ୍ଣ ଗୋସାଇଜୀଙ୍କ ଜନ୍ମୋତ୍ସବ ପାଳନ
ଢେଙ୍କାନାଳ, ୩୧/୮: ଶ୍ରାବଣ ଝୁଲଣ ପୂର୍ଣ୍ଣିମା ଦିନ ବିଜୟ କୃଷ୍ଣ ଗୋସ୍ବାମୀଙ୍କ ଜନ୍ମୋତ୍ସବ ଢେଙ୍କାନାଳସ୍ଥିତ ଦଧିବାମନ ମଠ ପରିସରରେ ତାଙ୍କର ଅନୁଗାମୀ ଶିଷ୍ୟ ଶିଷ୍ୟଗଣଙ୍କ ଗହଣରେ ପାଳିତ ହୋଇଯାଇଅଛି । ଗୋସ୍ୱାମୀଙ୍କୁ ଓଡିଶା ତତା ପୁରୀରେ ଜଟିଆବାବା ନାମରେ ସର୍ବତ୍ର ପରିଚିତ । ପ୍ରକାଶଥାଉକି ଗୋସ୍ଵାମୀ ଶେଷ ଜୀବନ ପୁରୀର ନରେନ୍ଦ୍ର କୂଳରେ ଥିବା ଆଶ୍ରମରେ କଟିଥିଲା । ଶିଷ୍ୟଶିଷ୍ୟ ଚନ୍ଦନ ମିଶ୍ର, ଦେବ ପ୍ରସାଦ ମିଶ୍ର, କୃଷ୍ଣ ଚନ୍ଦ୍ର ମିଶ୍ର, ପ୍ରଦୀପ କୁମାର ସାହୁ, ସୁବୋଧ ମହାନ୍ତି, ସ୍ଵାମୀ ରାମକୃଷ୍ଣ ନନ୍ଦ, ବାସନ୍ତୀ ଭୂତିଆ, ସିଦ୍ଧାର୍ଥ ଭୂତିଆ, ସୁବାଷ କୁମାର ବାରିକ ଓ ଅନ୍ୟମାନଙ୍କ ଉପସ୍ଥିତିରେ ନାମସଂକୀର୍ତନ ଓ ଗୋସ୍ଵାମୀଜୀଙ୍କ ଉପରେ ନିଜ ଅନୁଭୂତି ବଖାଣି ଜନ୍ମୋତ୍ସବ ମହା ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ ।