ବିଜେପି ଦଳ ପକ୍ଷରୁ ସେରେଣ୍ଡା ଗ୍ରାମ ପଂଚାୟତ ଘେରାଉ

ବିଜେପି ଦଳ ପକ୍ଷରୁ ସେରେଣ୍ଡା ଗ୍ରାମ ପଂଚାୟତ ଘେରାଉ ।

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସେରେଣ୍ଡା ଗ୍ରାମ ପଂଚାୟତ ରେ ଗତ କାଲି ବିଜେପି ପକ୍ଷରୁ ଯୋର୍ଦାର ବିକ୍ଷୋଭ ଓ ଧାରଣା ପଦର୍ଶନ ଦେଖିବାକୁ ମିଳିଥିଲା l କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯଜନା ସେରେଣ୍ଡା ପଂଚାୟତ କୁ ପହଂଚି ପାରୁନଥିବା କୁ ନେଇ ବିଜେପି ପକ୍ଷରୁ ଏହି ଆନ୍ଦୋଳନ କରାଉଛି ବୋଲି ଆନ୍ଦୋଳନ କାରି କହିଥିଲେ l ବିଧବା ଭତ୍ତା , ରାସନ କାର୍ଡ. ପ୍ରଧାନମନ୍ତ୍ରୀ ଆବାସ ଯଜନା ଓ ବିକାଶ ମୂଳକ କାର୍ଯ୍ୟରେ ଦୁର୍ନୀତି ଗନ୍ତାଘର ଶେରେଣ୍ଡା ପଞ୍ଚାୟତ ପାଲଟିଥିବା ଅଭିଯୋଗ କରିଥିଲେ l ସେରେଣ୍ଡା ସରପଞ୍ଚ ଜଣେ ଅଯୋଗ୍ୟ , ସେ.ଲୋକଙ୍କ ସହିତ କେମିତି କଥା ବାର୍ତା କରାଯାଏ ତାହା ସେ ଶିଖି ନାହିଁ . ଠିକ ସମୟ ରେ ପଂଚାୟତ କାର୍ଯ୍ୟଳୟ କୁ ଆସେ ନାହିଁ. ପଂଚାୟତ ନିର୍ବାଚନ ସରିକି ପ୍ରାୟ ଦୁଇ ବର୍ଷ ପୁରିବାକୁ ଗଲାଣି କିନ୍ତୁ ଆଜି ପ୍ରଯନ୍ତ ବ୍ଲକ ରୁ ଗଟେ ବି ବିକାଶ ମୂଳକ କାର୍ଯ୍ୟ ଆଣି ପାରିନାହିଁ.ତାଙ୍କୁ ନିର୍ବାଚିତ କରାଯାଇ ନାହିଁ. ଏମିତି ହିଁ ସରପଞ୍ଚ ବଛା ଯାଇଥିଲା.ଏଣୁ ଖୁବ ଜଲ୍ଦି ସରପଞ୍ଚ ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ଅଣାଯିବ ଓ ସରପଞ୍ଚ ନିର୍ବାଚନ ପୁଣି ଥରେ କରା ଯିବ ବୋଲି ସେରେଣ୍ଡା ଅଂଚଳ ର କିଛି ବିଜେପି କର୍ମୀ ଅଭିଯୋଗ କରିଛନ୍ତି l ଠିକ ସେହି ପରି ସମିତି ସଭ୍ୟ ମଧ୍ୟ କଥା ବାର୍ତା ରେ ବାଡ଼ ବତା ରଖୁନାହାନ୍ତି.ପଂଚାୟତ ର କୌଣସି ଉନ୍ନତି ମୂଳକ କାର୍ଯ୍ୟ କରି ପାରୁନାହାନ୍ତି. କେବେଳ କୁଟ ନୀତି କରି କିଏ କାହା ସହିତ ଝଗଡା କାରାଇବା ଓ ଧମକାଇ ଡରାଇ ରଖିବାରେ ମାହିର ଥାଏ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳ ବାସିନ୍ଦା।ବଡ଼ବିଲ ବିଜେପି ପକ୍ଷରୁ ଦିଲ୍ଲୀପ ମିଶ୍ର ଙ୍କ ନେତୃତ୍ୱ ରେ ଏହି ଆନ୍ଦୋଳନ କରାଯାଇଥିବା ବେଳେ ଚମ୍ପୁଆ ବିଧାନସଭା ର ସଂଯୋଜକ ଦେବ ପ୍ରସାଦ ମିଶ୍ର.ଜିଲ୍ଲା ମହିଳା ମାର୍ଚ୍ଚା ଉପ ସଭାନେତ୍ରୀ ସ୍ୱପ୍ନା ସାହୁ.ବଡ଼ବିଲ ମଣ୍ଡଳ ହରିଜନ ମୋର୍ଚ୍ଚା ସମ୍ପାଦକ ସନ୍ୟାସୀ ମାଝୀ.୨୮ନମ୍ବର ଜନ ର ଜିଲ୍ଲାପରିଷଦ ସଭ୍ୟ ଡମ୍ବରୁ ଧର କୁଦାତା.ସୁନା ରାମ ମୁଣ୍ଡା.ଓ ସେରେଣ୍ଡା ଗ୍ରାମ ପଂଚାୟତ ର ଶତାଧିକ ବିଜେପି କର୍ମୀ ଆନ୍ଦୋଳନ ରେ ସାମିଲ ହୋଇଥିଲେ l

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Recent Post

Live Cricket Update