କାମାକ୍ଷାନଗର ରେଙ୍ଗାଳୀ କଲୋନୀ ବାସିନ୍ଦାଙ୍କ ଥଇଥାନ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ

କାମାକ୍ଷାନଗର ରେଙ୍ଗାଳୀ କଲୋନୀ ବାସିନ୍ଦାଙ୍କ ଥଇଥାନ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ

ଢେଙ୍କାନାଳ, ୧।୯: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍.ଏ.ସି. ଅନ୍ତର୍ଗତ ରେଙ୍ଗାଳୀ କଲୋନୀର ଦୀର୍ଘ ଦିନ ବସବାସ କରିଆସୁଥିବା ଅନ୍ତେବାସୀଗଣଙ୍କୁ ଅପରିଚିତ ବ୍ୟକ୍ତିମାନେ ସ୍ଥାନାନ୍ତର ହେବାପାଇଁ ତାଗିଦ୍ କରୁଅଛନ୍ତି । ଦୀର୍ଘଦିନ ଧରି ଉକ୍ତ ସ୍ଥାନରେ ସ୍ଥାୟୀ ଭାବରେ ରହିଆସୁଥିଲେ ମଧ୍ୟ ଦୁର୍ଦ୍ଦିନରେ ମୁଣ୍ଡ ଗୁଞ୍ଜିବା ପାଇଁ କେଉଁ ସ୍ଥାନକୁ ଯିବେ ବୋଲି ଭାଳେଣୀ ପଡିଛି । ଉକ୍ତ ସ୍ଥାନରେ ୪୦ ଟି ପରିବାର ର ୨୦୦ ଲୋକ ବସବାସ କରନ୍ତି। ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଅନ୍ୟ ଜାଗାରେ ଘର ଭଡା ନେଇ ପିଲାଛୁଆଙ୍କୁ ନେଇ ରହିବା ସମ୍ଭବପର ନୁହେଁ । ପ୍ରଶାସନ ଥଇଥାନ କରିବା ପରିବର୍ତେ ବାସହୀନ କରିବା ପାଇଁ ଆଦେଶ ଦେଉଛନ୍ତି ଏବଂ ୧୫ ଦିନ ଭିତରେ ଦୁଇଟି ଘର ଭାଙ୍ଗିବା ପାଇଁ ଯୋର ଜବରଦସ୍ତ ଜେ.ସି.ବି. ଲଗାଇ ଭାଙ୍ଗିବା ପାଇଁ ଧମକ ଦେଉଛନ୍ତି । ଏଣୁ ଉକ୍ତ କଲୋନୀ ବାସୀନ୍ଦା ଏହି ସମସ୍ୟାକୁ ହୃଦୟଙ୍ଗମ କରି ସ୍ଥାୟୀ ବାସିନ୍ଦା ଭାବରେ ରହିବା ପାଇଁ ସୁଯୋଗ ଦେବା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଗୁହାରୀ ଜଣାଇଛନ୍ତି। ଏହି ପତ୍ର ପ୍ରଦାନ ବେଳେ ପ୍ରହଲ୍ଲାଦ ବଳ, ଶାନ୍ତିଲତା ବଳ, ବିଷ୍ଣୁ ପ୍ରସାଦ ସେଠୀ, ନିରୁପମ ସେଠୀ, ମମତା ଖଟୁଆ, ରମାକାନ୍ତ ଖଟୁଆ, ବ୍ରହ୍ମାନନ୍ଦ ନାଏକ, ସଂଯୁକ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Recent Post

Live Cricket Update