ଢେଙ୍କାନାଳ କୁକୁଡା ଚାଷୀ ସଂଘର ଜରୁରୀ ବୈଠକ

ଢେଙ୍କାନାଳ କୁକୁଡା ଚାଷୀ ସଂଘର ଜରୁରୀ ବୈଠକ

ଢେଙ୍କାନାଳ, ୧/୯: ଅଦ୍ୟ ଢେଙ୍କାନାଳ ସହରସ୍ଥିତ ବଳରାମ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲା କୁକୁଡା ଚାଷୀ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଭାପତି ସୁଶିଲ୍ କୁମାର ବେହେରା, ସମ୍ପାଦକ ଅଶୋକ ରାଉତ, କୋଷାଧ୍ୟକ୍ଷ ଦୀପ୍ତି ରଞ୍ଜନ ପଣ୍ଡା ଏବଂ ଅନ୍ୟାନ୍ୟ କୋର କମିଟିର ସଦସ୍ୟ ନିଶାମଣି ବରାଳ, ଅବନୀ କୁମାର ବରାଳ, ଉପସଭାପତି ବଦ୍ରି ନାରାୟଣ ତ୍ରିପାଠୀ, ରମେଶ ଚନ୍ଦ୍ର ରାଉତ, ସ୍ୱରୂପ ସେଣ୍ଟ, କମଳ ବରାଳ ଉପସ୍ଥିତ ଥିଲେ । ସଭାପତି ସଂଘର ପଞ୍ଜିକରଣ ଉପରେ ଆଲୋକପାତ କରିଥିଲେ ଏବଂ ଜିଲ୍ଲାପାଳଙ୍କୁ ଏକ ସ୍ମାରକୀପତ୍ର ଦେବା ପାଇଁ ଏବଂ ସାମ୍ବାଦିକ ସମ୍ମିଳନୀ ଆଗାମୀ ଦିନରେ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା ।

Recent Post

Live Cricket Update

You May Like This