ରାଜରାସ୍ତାକୁ ନେଇ ଅନୁଗୋଳ ଓ ତାଳଚେର ଏବଂ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ନେତା ଲଢେଇ
ଜନତାଙ୍କ ଛାତିରେ ପଶିଲା ଛନକା
ଅନୁଗୋଳ – ଓଡ଼ିଶା ରାଜ୍ୟରେ ଅନୁଗୋଳ ଜିଲ୍ଲାରେ ପାଞ୍ଚୋଟି ବିଧାନସଭା ଆସନ ରହିଛି। ଏଠାରେ ଶିଖିତଙ୍କ ସଂଖ୍ୟା ମଧ୍ୟ ଶତକଡା ହିସାବରେ ଅନ୍ୟ ଜିଲ୍ଲା ଅପେକ୍ଷା ଉର୍ଦ୍ଧରେ। ଅନୁଗୋଳ ଜିଲ୍ଲା ଗୋଟିଏ ଶିଳ୍ପ ଓ ଖଣିଜ ସମୃଦ୍ଧ ଜିଲ୍ଲା। ଏପରି ପରିସ୍ଥିତିରେ ଏଠାରେ ଅନ୍ୟ ମାମଲାରେ ଆଗରେ ଥିବା ବେଳେ ଏନ୍ ଏଚ ୫୫ କୁ ନେଇ ନେତା ମାନଙ୍କ ମଧ୍ୟରେ ଲଢେ଼ଇ ଚାଲିଛି। ନୀତି ପ୍ରତିଦିନ ନେତା ମାନେ ଜଣେ ଅନ୍ୟ ଜଣଙ୍କ ଉପରେ କାଦୁଅ ଫୋପଡ଼ା ଆରମ୍ଭ କରି ଦେଇଛନ୍ତି। ମୁଖ୍ୟତଃ କଂଗ୍ରେସ, ବିଜେଡି ଓ ବିଜେପି ଏବଂ ଆମ୍ ଆଦମୀ ପାର୍ଟି ର କର୍ମକର୍ତ୍ତା ମାନେ ଏହି କାଦୁଅ ଫୋପଡା ଫୋପଡ଼ି ରେ ଅଂଶ ଗ୍ରହଣ କରିଛନ୍ତି। କିଛି ଦିନ ତଳେ ଓଡ଼ିଶା ମୂଖ୍ୟ ବିରୋଧୀ ଦଳ ବିଜେପି ନେତା ମାନେ ପ୍ରଶ୍ନ କରିଛନ୍ତି ଯେ ବିଜେଡି ଅନୁଗୋଳ ଜିଲ୍ଲା ପାଇଁ କରିଛି କଣ। ଏମିତି ପ୍ରଶ୍ନ ବାଣର ଜବାବ ଗତକାଲି ବିଜେଡି ଦେଇଛି। ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ଏଥିପାଇଁ କେନ୍ଦ୍ର ସରକାରଙ୍କ ଅପାରଗତା ଦର୍ଶାଇଛି ବିଜେଡି। ସେହିପରି କଂଗ୍ରେସ ଦଳର ଅନୁଗୋଳ ନେତା ଉଭୟ ବିଜେଡି ଓ ବିଜେପି ର ଅପାରଗତାକୁ ପଦାରେ ପକାଇବାକୁ ଚେଷ୍ଟା କରୁଛନ୍ତି। ତା ତଳକୁ ଆମ୍ ଆଦମୀ ପାର୍ଟି ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ମଧ୍ୟରଣନୀତି ସରକାରଙ୍କୁ ଟାର୍ଗେଟ କରି ଦୋଷାରୋପ କରିବା ନଜରକୁ ଆସିଛି।
ଏପରି ସ୍ଥଳେ ସାଧାରଣ ଜନତାଙ୍କ ଅବସ୍ଥା କଣ ହେଉଛି। କାହାକୁ କହିବା ଓ ଶୁଣିବ କିଏ?
ଭୋଟର୍ ଏପରି ସମସ୍ୟା ନେଇ କାହା ପାଖକୁ ଯିବେ? ଯଦି ଜଣେ ଅନ୍ୟ ଜଣକୁ ଦୋଷ ଦିଅନ୍ତି। ଜଣେ ନାଗରିକ ନିଜର ବିଚକ୍ଷଣ ବୁଦ୍ଧିକୁ ପ୍ରୟୋଗ କରିବାର ସମୟ ଆସିଛି।
ନିର୍ବାଚନ ଯେତିକି ପାଖେଇ ଆସୁଛି, ନେତା ସେତିକି ସାଧାରଣ ଭୋଟର୍ ଙ୍କ ନିକଟତର ହୋଇ ସେମାନେ ନିର୍ଦ୍ଦୋଷ ଓ ନିଜ ବିରୋଧୀ ଦଳ ନେତା ଦୋଷୀ ବୋଲି କହି ବୁଲୁଛନ୍ତି। ଏହାର ପ୍ରଭାବ କେତେଦୂର ସଫଳ ହେବ ତାହା ଭୋଟର୍ ସମୟ ଆସିଲେ ଭୋଟ୍ ମାଧ୍ୟମରେ ଜଣାଇବେ।
ତେବେ କଥା ଉଠୁଛି ଯେ ଆଉ କେତେ ଦିନ ପରେ ରାସ୍ତାକୁ ନେଇ କାଦୁଅ ଫୋପାଡିବା ଶେଷ ହେବ ଓ ସାଧାରଣ ଜନତା ଶାନ୍ତିରେ ନିଶ୍ୱାସ ନେଇ ସୁଖରେ ଘର ସଂସାର କରିବ।