ବଡବିଲ ବସଷ୍ଟାଣ୍ଡ ଯାତ୍ରୀ ପ୍ରତିକ୍ଷାଳୟ ଗୃହରୁ ବ୍ୟକ୍ତିଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ବଡବିଲ ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ଯାତ୍ରୀ ପ୍ରତିଖ୍ୟାଳୟ ଗୃହରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତିକୁ ଉକ୍ତ ଯାତ୍ରୀ ପ୍ରତିକ୍ଷାଳୟ ଗୃହରେ ବିଗତ ତିନିରୁ ଚାରି ମାସ ହେବ ରହୁଥିବା ଶୁଣିବାକୁ ମିଳେ। ଆଜି ସକାଳୁ କିଛି ଲୋକ ଉକ୍ତ ଯାତ୍ରୀ ବିଶ୍ରାମ ଗାରରେ ସନ୍ଦେହ ଜନକ ପଡିଥିବା ଦେଖି ବଡବିଲ ପୋଲିସ୍ କୁ ଖବର ଦେଇଥିଲେ ଖବର ପାଇ ବଡବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବ୍ୟକ୍ତି ଜଣକୁ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ଏବଂ ଖୋଜାଖୋଜି ପରେ ତା ନିକଟରୁ ଆଧାର କାର୍ଡ ପାଇଥିଲେ। ମୃତକ ଜଣକ ସୁନ୍ଦରଗଡ ଜିଲ୍ଲା ରାଉଲକେଲା ଅଞ୍ଚଳର ବୋଲି ଜଣାପଡିଛି। ତାଙ୍କ ଆଧାର କାର୍ଡ ରୁ ତାଙ୍କ ନାମ ରାଧାବଲ୍ଲଭ ରାୟ ଓ ବୟସ ପାଖାପାଖି 58ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପୋଲିସ୍ ତାଙ୍କ ଘର ଲୋକଙ୍କୁ ଫୋନ ଯୋଗେ ସମ୍ପର୍କ କରିଛନ୍ତି, ମୃତକର ଘର ଲୋକେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣାପଡିବ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ