କେନ୍ଦୁଝର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଆଜି ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଆରକ୍ଷୀ ଅଧ୍ୟକ୍ଷକ ନିତିନ କୁଶଲକରଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲା ସଦର ମହକୁମା ଦରବାର
ହଲ୍ ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ୍ ୨୮୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୯୩ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ସମୁଦାୟ ଅଭିଯୋଗ ମଧ୍ୟରୁ ୪୦ଟି ଅଭିଯୋଗ ଗୋଷ୍ଠୀ ସମସ୍ୟା/ ଗ୍ରାମ୍ୟ ସମସ୍ୟାମୂଳକ ହୋଇଥିବାବେଳେ ୨୪୧ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, ପିଏ ଆଇ.ଟି.ଡି.ଏ କେନ୍ଦୁଝର ତପନ ଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ୨୮ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ୧୦ ଜଣ ହିତାଧିକାରୀଙ୍କୁ ମୋଟରାଇଜ୍ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା ।
କେନ୍ଦୁଝର ଜିଲ୍ଲାରୁ ରଞ୍ଜନ ବେହେରାଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍