ନାବାଳିକାର ବଳାତ୍କାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ପକ୍ସୋ ଅଦାଲତ।
କେନ୍ଦୁଝର ବଲାଣୀ ଥାନା ଅଂଚଳର ୨୦୨୦ ମସିହା ଅକ୍ଟୋବର ୩ ତାରିଖରେ ଏକ ନାବାଳିକା ବଳାତ୍କାର ଘଟଣା ଘଟି ଥିଲା। ଗୋଟେ ୧୧ ବର୍ଷର ଝିଅ ବଜାରକୁ ଟିଫିନ୍ ଆଣିବାକୁ ଆସି ଥିବା ବେଳେ ସ୍ଥାନୀୟ ଅଞ୍ଚଳର ୩୩ ବର୍ଷୀୟ ଯୁବକ ପ୍ରତାପ ପୃଷ୍ଟି ଝିଅଟିକୁ କୌଶଳ କ୍ରମେ ବାଟରେ ଏକ କ୍ୟାମ୍ପ ଭିତରକୁ ନେଇ ଯାଇ ମାରପିଟ୍ ଭୟଭୀତ କରି ବଳାତ୍କାର କରି ଥିଲା। ଏହି ଘଟଣା ବାହାରେ କହିଲେ ଝିଅକୁ ଜୀବନରେ ମାରି ଦେବ ପ୍ରତାପ କହିଥିଲା। ତେବେ ରାତି ୯ଟା ପରେ ଉକ୍ତ ଝିଅ ତା’ ମା ସହ ଆସି ବଲାଣୀ ଥାନାରେ ବଳାତ୍କାର ବାବଦରେ ଏତଲା ଦେଇଥିଲେ। ପ୍ରତାପ ଗିରଫ ହୋଇ ଜେଲ ଯାଇ ଥିଲା ସମସ୍ତ ପ୍ରମାଣ ଓ ୧୮ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରଦାନ ପରେ କେନ୍ଦୁଝର ଅତିରିକ୍ତ ଦୌରା ଜଜ୍(ପକ୍ସୋ) ଶୁଭଶ୍ରୀ ତ୍ରିପାଠୀ ଉକ୍ତ ବଲାତ୍କାରୀ ପ୍ରତାପ ପୃଷ୍ଟିକୁ ୨୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେବା ସହ ୨୩ ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ଅର୍ଥ ରାଶି ଦେଇ ନପାରିଲେ ଆଉ ୧୫ ମାସ ଜେଲରେ ରହିବ ବଳାତ୍କାରୀ ଆଦେଶ ହୋଇଛି। ପୀଡ଼ିତା ଝିଅକୁ ୭ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍