(ସାରଳା ସଂସ୍କୃତ ମହାବିଦ୍ୟାଳୟ ରେ ଗୁରୁ ପୂଜୋନ ଉଛବ ରେ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କୁ ଶ୍ରେଷ୍ଠ ଗୁରୁ ସଂମ୍ମାନ ପ୍ରଦାନ )
ଜଗତସିଂହପୁର
ତା =5/9/23
ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମଦିନ କୁ ସମଗ୍ର ଭାରତ ବର୍ଷରେ ଗୁରୁ ଦିବସ ରୂପେ ପାଳନ କରାଯାଉଅଛି | ଏହି ପରିପ୍ରେକ୍ଷୀରେ ବାଲିକୁଦା ବ୍ଲକ ମୁଳୁଗାଁ ପଞ୍ଚାୟତ କରମଙ୍ଗ ସ୍ଥିତ ସାରଳା ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଜ଼ିଲ୍ଲା ସ୍ତରୀୟ ଗୁରୁ ପୂଜୋନ ଉଛବ ଓ ଭାରତୀୟ ସଂସ୍କୃତି ରେ ଗୁରୁ ପରମ୍ପରା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା | ମହାବିଦ୍ୟାଳୟ ଅଧକ୍ଷ୍ୟ ଅଜୟ କୁମାର ମୁଦୁଲି ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ବାଲିକୁଦା ବ୍ଲକ ଶିକ୍ଷା ଅଧିକାରୀ ବାଇଧର ତ୍ରିପାଠୀ ପ୍ରଦୀପ ପ୍ରଯ୍ୟଳନ କରି ଆଲୋଚନା ଚକ୍ର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହା ପରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁ ବନ୍ଦନା ଓ ଗୁରୁ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା | ଭାରତୀୟ ସଂସ୍କୃତିରେ ଗୁରୁ ପରମ୍ପରା ଶୀର୍ଷକ ଆଲୋଚନା ଚକ୍ର ରେ ମୁଖ୍ୟ ବକ୍ତା ଭାବେ ଜାତୀୟ କୃତି ଶିକ୍ଷକ ବିଷ୍ଣୁ ଚରଣ ସ୍ୱାଇଁ | ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାଶ ବିଶ୍ୱାଳ, ସଂମ୍ମାନିତ ଅତିଥିଭାବେ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ୍ୟ ଡକ୍ଟର ଅଶୋକ କୁମାର ପଣ୍ଡା | ବିଜୟଚାନ୍ଦ ସଂସ୍କୃତ କଲେଜ ଅଧକ୍ଷ୍ୟ ପ୍ରତାପ କୁମାର ମହାପାତ୍ର, ଶିକ୍ଷାବିତ ନିରଞ୍ଜନ ପଣ୍ଡା, ହୃଷିକେଶ ଚଇନି, ପଦ୍ମ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଗୁରୁ ଛାତ୍ର ପରମ୍ପରା ସମ୍ପର୍କ ରେ ଉଦବୋଧନ ଦେଇଥିଲେ |ଶେଷରେ ଅଲଣାହାଟ ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃତି ଶିକ୍ଷକ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କୁ ପବିତ୍ର ଗୁରୁଦିବସ ଅବସର ରେ ଶ୍ରେଷ୍ଠ ଗୁରୁ ସଂମ୍ମାନ ରେ ସଂମ୍ମାନିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, କର୍ମଚାରୀ, ପରିଚାଳନା କମିଟି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ