( ଉଚ୍ଚ ନ୍ୟାୟାଳୟ ନିର୍ଦେଶ କୁ ଫୁ…… କାହା ଚାପ ରେ ଦେବୋତର ବିଭାଗ କମିଶନର ଓ ଆସିଷ୍ଟାଣ୍ଡ କମିଶନର )
ଜଗତସିଂହପୁର
ତା =6/9/23
ଜଗତସିଂହପୁର ଜ଼ିଲ୍ଲା ର ବହୁ ପ୍ରାଚୀନ ଐତିହ୍ୟ ସମ୍ପର୍ଣ୍ଣ ସିଦ୍ଧଳ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର 2015 ମସିହାରେ ଅଂଚଳବାସୀ ଙ୍କ ଆବେଦନ କୁ ସ୍ୱୀକୃତି ପ୍ରଦାନ କରି ସେ ସମୟ ର ଦେବୋତର ବିଭାଗ କମିଶନର ଙ୍କ ଉଦ୍ୟମ କ୍ରମେ ଶ୍ରୀ ଜଗନ୍ନାଥ ମନ୍ଦିର ସିଦ୍ଧଳ ଦେବୋତର ବିଭାଗ ଅଧୀନକୁ ଯାଇଛି | ତାର ପରବର୍ତୀ ସମୟ ରେ ଦେବୋତର ବିଭାଗ ପକ୍ଷରୁ ଜ଼ିଲ୍ଲା ର ଅନେକ ସ୍ଥାନରେ ସୂଚନା ଫଳକ ମରାଯାଇଛି | ଶ୍ରୀ ଜଗନ୍ନାଥ ପରିଚାଳନା ଟ୍ରଷ୍ଟ ଗଠନ କରାଯିବା ନିମନ୍ତେ ସମସ୍ତ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଜଣେ ସ୍ୱାର୍ଥପର ସେବାୟତ ଶ୍ରୀ ଜଗନ୍ନାଥ ମନ୍ଦିରର ସମସ୍ତ ସମ୍ପତ୍ତି ର ମାଲିକାନା ଜାହିର କରି ଉଚ୍ଚ ନ୍ୟାୟାଳୟ ରେ ଏକ ମକଦମା ରୁଜୁ କରିଥିଲେ | ହେଲେ ଚଳିତ ବର୍ଷ ଫେବୃଆରୀ ଦୁଇ ତାରିଖ ରେ ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଙ୍କ ଖଣ୍ଡପୀଠ ଉକ୍ତ ମକଦମା କୁ ଖାରଜ କରିଦେଇଥିଲେ | ତା ପରବର୍ତ୍ତୀ ସମୟ ରେ ସିଦ୍ଧଳ ଗ୍ରାମବାସୀ ଙ୍କ ପକ୍ଷରୁ ଶତାଧିକ ଜନ ସାଧାରଣ ଦେବୋତର ବିଭାଗ ଦ୍ଵାରା ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଗଠନ କରାଯାଇ ସମସ୍ତ କାର୍ଯ୍ୟ ପରିଚାଳନା କରିବାକୁ ଆସିଷ୍ଟାଣ୍ଡ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |ହେଲେ ଦେବୋତର ବିଭାଗ ସମସ୍ତ ଘଟଣା ଅବଗତ ଥାଇ ମଧ୍ୟ୍ୟ ସେବାୟତ ଙ୍କ ସମ୍ପର୍କୀୟ ଙ୍କ ଦ୍ଵାରା ପ୍ରଭାବିତ ହୋଇ ମୋଟା ଆଙ୍କର ଅର୍ଥ କାରବାର ରେ ସଂଶିଷ୍ଟ ହୋଇ ୮ ମାସ ହେବ ଶ୍ରୀ ଜଗନ୍ନାଥ ପରିଚାଳନା ଟ୍ରଷ୍ଟ ଗଠନ କରିବାରେ ଟାଳଟୁଳ ନିତି ଅବଲମ୍ବନ କରୁଥିବାରୁ ସିଦ୍ଧଳ ଗ୍ରାମର କେତେକ ବ୍ୟକ୍ତି ମନ୍ଦିର ର ପରମ୍ପରା ରକ୍ଷା ଏବଂ ମନ୍ଦିର ସୁରକ୍ଷା ଲକ୍ଷ୍ୟ ନେଇ ପୁନର୍ବାର ଉଚ ନ୍ୟାୟାଳୟ ରେ ଏକ ମକଦମା ରୁଜୁ କରିବା ଦ୍ଵାରା ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦେବୋତର ବିଭାଗ କମିଶନର ଏବଂ ଆସିଷ୍ଟାଣ୍ଡ କମିଶନର ଏକ ମାସ ଭିତରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ଗଠନ କରିବାକୁ ନିର୍ଦେଶ ଦେଇଥିଲେ | ହେଲେ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବା ଏକ ମାସ ପୁର୍ଣ ହୋଇଯାଇଥିଲେ ମଧ୍ୟ୍ୟ ଦେବୋତର ବିଭାଗ ଖୋଲା ଖୋଲି ଉଚ୍ଚ ନ୍ୟାୟାଳୟ ନିର୍ଦେଶକୁ ଅବମାନନା କରିଥିବାରୁ ଦେବୋତର ବିଭାଗ କମିଶନର ଏବଂ ଆସିଷ୍ଟାଣ୍ଡ କମିଶନର ଙ୍କ ବିରୋଧରେ ଉଚ୍ଚ ନ୍ୟାୟାଳୟ ରେ କୋର୍ଟ ଅବମାନନା ମକଦମା କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ